ପାଣି ଟାଙ୍କିରେ ୫୨ କିଲୋ ବିସ୍ଫୋରକ

ଶ୍ରୀନଗର : ଭାରତୀୟ ସେନା କାଶ୍ମୀରରେ ଗାଦିକଳର କାରେଭା ଅଞ୍ଚଳରେ ୫୨ କିଲୋଗ୍ରାମ ବିସ୍ଫୋରକ ଜବତ କରିଛନ୍ତି। ଆତଙ୍କବାଦୀ ଲୁଚାଇ ରଖିଥିବା ବିସ୍ଫୋରକ ଯେଉଁଠାରୁ ମିଳିଛି ସେହି ସ୍ଥାନ ନିକଟରେ ଗତ ବର୍ଷ ପୁଲଓ୍ଵାମା ଆକ୍ରମଣ ହୋଇଥିଲା।

ସେନା ଅଧିକାରୀଙ୍କ କହିବା ଅନୁଯାୟୀ ତଲାସି ଅଭିଯାନ ସମୟରେ ପାଣି ଟାଙ୍କିରୁ ୪୧୬ ପ୍ୟାକେଜ୍‌ ବିସ୍ଫୋରକ ଜବତ କରାଯାଇଥିଲା। ପ୍ରତି ପ୍ୟାକେଟ୍‌ର ଓଜନ ୧୨୫ ଗ୍ରାମ ରହିଛି। ଏହି ବିସ୍ଫୋରକକୁ ସୁପର-୯୦ କିମ୍ବା ଏସ-୯୦ ନାମରେ କୁହାଯାଏ। ଏହାଛଡା ଆଉ ଏକ ପାଣି ଟାଙ୍କିରୁ ୫୦ ଡେଟୋନେଟର ଜବତ କରାଯାଇଛି।

ମତାମତ ଦିଅନ୍ତୁ ।