ପାଣିପମ୍ପ୍ ଅପରଟେରଙ୍କୁ ମାଡ ଘଟଣାରେ ପୋଲିସ ୬ଘଣ୍ଟା ଅଟକ

ଢେଙ୍କାନାଳ : ପାଇପ୍ ପାଣି ଯୋଗାଣକୁ ନେଇ ବିବାଦ। ପମ୍ପ ଅପରଟେରକୁ ମାଡ ମାରିବା ଘଟଣାରେ ଅଭିଯୁକ୍ତମାନଙ୍କୁ ଗିରଫ କରିବାରେ ପୋଲିସର ଟାଳଟୁଳ ନୀତି ପାଇଁ ତାତିଲେ ଗାଁ ଲୋକେ। ଢେଙ୍କାନାଳ ସଦର ଥାନା ଅଧିକାରୀ ସବିତା ପାତ୍ରଙ୍କ ସମେତ ପୋଲିସ କର୍ମଚାରୀଙ୍କୁ ଇନ୍ଦିପୁର ଗ୍ରାମର ଉତ୍ତ୍ୟକ୍ତ ପୁରୁଷ ଓ ମହିଳା ୬ ଘଣ୍ଟା ଅଟକ ରଖିଲେ। ସେମାନେ ଗାଁ ଚାରିପଟକୁ ପଥର ଥୋଇ ବାଉଁଶ ବାନ୍ଧିବା ସହିତ ଗରା, ହାଣ୍ଡି, ମାଠିଆ ରଖିଦେଇଥିଲେ।

ଖବର ଅନୁଯାୟୀ ଇନ୍ଦିପୁର ଗ୍ରାମକୁ ପାଣି ଯୋଗାଣକୁ ନେଇ ପମ୍ପ୍ ହାଉସ ଅପରେଟର ଦିବାକର ସାହୁଙ୍କୁ ନୂଆ ସାହିର ତିନିଜଣ ଯୁବକ ମାଡ଼ ମାରିଥିଲେ। ଏନେଇ ସେ ସଦର ଥାନାରେ ଅଭିଯୋଗ କରିଥିଲେ। କିନ୍ତୁ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ପମ୍ପ ହାଉସ ଡ୍ରାଇଭର ଦିବାକରଙ୍କ ଉପରେ ହାକିମାତି କରିଥିଲା। ଗ୍ରାମସଭାରେ ଏ କଥା ପଡିବାରୁ ଗ୍ରାମବାସୀମାନେ ଏକଜୁଟ ହୋଇ ଅଭିଯୁକ୍ତମାନଙ୍କୁ ଡାକି ପଚାରିବା ପାଇଁ ପ୍ରସ୍ତୁତି କରିଥିଲେ। ଶନିବାର ସଦର ଥାନା ଅଧିକାରୀ ସବିତା ପାତ୍ର ପୋଲିସ ଟିମ ସହିତ ଗ୍ରାମକୁ ଆସି ଅଭିଯୁକ୍ତଙ୍କୁ ଗିରଫ ନକରି ସେମାନଙ୍କ ଘରକୁ ସୁରକ୍ଷା ଦେଇଥିଲେ ବୋଲି ଅଭିଯୋଗ ହୋଇଛି। ଯାହା ଫଳରେ ଗ୍ରାମବାସୀ ଉତ୍ତେଜିତ ହୋଇଥିଲେ ପୋଲିସକୁ ଅଟକାଇଥିଲେ। ଥାନା ଅଧିକରିଣୀ ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ବୋଲି ପ୍ରତିଶ୍ରୁତି ଦେବାରୁ ଲୋକେ ପୋଲିସ ଗାଡିକୁ ଛାଡିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button