ପାନୀୟ ଜଳ କର୍ମଚାରୀଙ୍କୁ ହେଡକ୍ୱାଟର୍ସ ଛାଡ଼ିବା ମନା

ଭୁବନେଶ୍ୱର : ରାଜ୍ୟରେ ପ୍ରବଳ ତାତି ଅନୁଭୂତ ହେଉଛି। ଆଗକୁ ଆହୁରି ବଢିବ। ତେଣୁ ପାନୀୟ ଜଳ ଯୋଗାଣ ଦାୟିତ୍ୱରେ ଥିବା କର୍ମଚାରୀ ଓ ଅଧିକାରୀମାନେ ବିନାନୁମତିରେ ହେଡକ୍ୱାଟର୍ସ ଛାଡ଼ି ପାରିବେ ନାହିଁ। ଯେଉଁ ସବୁ ସ୍ଥାନରେ ନଳକୂପ ଖରାପ ହୋଇ ପଡ଼ିଥିବ ସେଠାରେ ନୂଆ ନଳକୂପ ବସାଇବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି।

ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜଳ କ୍ଲିଷ୍ଟ ଅଂଚଳମାନଙ୍କରେ ପାନୀୟଜଳ ଯୋଗଣ ବ୍ୟବସ୍ଥା ସଂପର୍କରେ ସମୀକ୍ଷା କରିଥିଲେ ପଞ୍ଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ପ୍ରତାପ ଜେନା। ସେ କହିଛନ୍ତି ପାନୀୟଜଳ ପାଇଁ ଲୋକମାନେ ଯେପରି ଅସୁବିଧାର ସମ୍ମୁଖିନ ନହୁଅନ୍ତି ସେଥିପ୍ରତି ବିଭାଗ ସଜାଗ ରହିଛି। ଦାୟିତ୍ୱରେ ଥିବା ଅଧିକରୀମାନେ ବିନା ଅନୁମତିରେ ସଦରମହକୁମା ଛାଡିପାରିବେ ନୀହିଁ ବୋଲି ନିର୍ଦ୍ଦେଶ ଦିଆଯାଇଛି।

ସେହିପରି ଗ୍ରାମାଚଂଳରେ ଯେଉଁଠି ନଳକୂପ ସମ୍ପୂର୍ଣ୍ଣ ଅଚଳ ହୋଇ ପଡ଼ିଥିବ ସେଠାରେ ନୂତନ ନଳକୂପ ସ୍ଥାପନ ନିମନ୍ତେ ନିଷ୍ପତ୍ତି ହୋଇଛି। ଜିଲ୍ଲାପାଳମାନଙ୍କୁ ଏ ନେଇ କ୍ଷମତା ପ୍ରଦାନ କରାଯାଇଛି। ଜଳକ୍ଳିଷ୍ଟ , ନୂତନ ଭାବେ ଗଢି ଉଠିଥିବା ପଡାଗ୍ରାମ ଓ ୭୦ରୁ ଅଧିକ ଜନସଂଖ୍ୟା ପାଇଁ ନୂଆ ନଳକୂପ ସ୍ଥାପନ କରାଯିବ। ସୌରଚାଳିତ ନଳକୂପ ଗୁଡ଼ିକୁ ୧୫ ଦିନ ମଧ୍ୟରେ ମରାମତି କରି କାର୍ଯ୍ୟକ୍ଷମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରତି ପଚାଂୟତ, ବ୍ଲକ, ଜିଲ୍ଲାପାଳଙ୍କ ଅଫି, ସମସ୍ତ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ କାର୍ଯ୍ୟାଳୟରେ ମରାମତି, ରକ୍ଷଣାବେକ୍ଷଣ ଓ ତଦାରଖ ପଇଁ ନିୟନ୍ତ୍ରଣ କକ୍ଷ ଖୋଲାଯାଇଛି। ପ୍ରତି ଶନିବାର ବ୍ଲକ୍ ସ୍ତରରେ ଓ ମଙ୍ଗଳବାର ଜିଲ୍ଲାସ୍ତରରେ ସମୀକ୍ଷା କରାଯାଇ ପରିସ୍ଥିତିର ମୁକାବିଲା ପାଇଁ କୁହାଯାଇଛି। ଗ୍ରାମାଚଂଳରେ ଜଳ ଯୋଗାଣ ସମସ୍ୟା ଜନିତ ଅଭିଯୋଗ ପାଇଁ ଦେୟମୁକ୍ତ ୧୯୧୬ ନମ୍ବରରେ ଅଭିଯୋଗ କରିପାରିବେ। ସହରାଚଂଳରେ ପାନୀୟ ସଂପର୍କିତ ସମସ୍ୟା ବା ଅଭିଯୋଗ ପାଇଁ ୧୫୫୩୫୯ ଏବଂ ୧୮୦୦୩୪୫୬୭୮୪୩ ଦେୟମୁକ୍ତ ଟେଲିଫୋନ ରହିଛି।

Leave a Reply

Your email address will not be published. Required fields are marked *

Back to top button