ପାନୀୟରେ ନିଶା ଦେଇ ନାବାଳିକାଙ୍କ ସହ ଦୁଷ୍କର୍ମ

ମେରଠ : ଜଣେ ନାବାଳିକା ଛାତ୍ରୀକୁ ପାନୀୟରେ ନିଶା ଦେଇ ଦୁଇଜଣ ଦୁଷ୍କର୍ମ କରିବା ସହିତ ଭିଡିଓ ଭାଇରାଲ କରିଛନ୍ତି। ଏଭଳି ଲଜ୍ଜାଜନକ ଘଟଣା ମେରଠ ସିଭିଲ ଲାଇନ ଥାନା ଅନ୍ତର୍ଗତ ସୁଭାଷ ନଗର ଅଞ୍ଚଳରେ ଘଟିଛି। ଜଣେ ନାବାଳିକାଙ୍କ ସହ ଦୁଇଥର ଦୁଷ୍କର୍ମ ହୋଇଥିବା ମାମଲା ସାମ୍ନାକୁ ଆସିଛି। ଏହି ଲଜ୍ଜାଜନକ ଘଟଣା ଘଟାଇଥିବା ଅଭିଯୁକ୍ତମାନେ ସହ ଦୁଷ୍କର୍ମର ଭିଡିଓ ରେକର୍ଡ କରି ତାକୁ ଭାଇରାଲ କରିଥିଲେ। ପୋଲିସ ଦୁଇ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜ୍ଜୁ କରି ଗିରଫ କରିଛି।

ଅଭିଯୋଗ ସମ୍ପର୍କରେ ସିଭିଲ ଥାନା ଅଧିକାରୀ ଅବଦୁଲ ରହମାନ କହିଛନ୍ତିରବିବାର ବିଳମ୍ବିତ ରାତିରେ ପୀଡିତାଙ୍କ ପରିଜନ ଦୁଷ୍କର୍ମ ମାମଲା ରୁଜ୍ଜୁ କରିଥିଲେ। ମାମଲା ପରେ ପୋଲିସ ଅଭିଯୁକ୍ତ ଅକ୍ଷୟ ଓ ସୌରଭକୁ ଗିରଫ କରାଯାଇଛି। ତାଙ୍କ ସୂଚନା ଅନୁଯାୟୀ ଅଭିଯୁକ୍ତ ଅକ୍ଷୟ ୧୫ ବର୍ଷୀୟ ନାବାଳିକାଙ୍କୁ ପାନୀୟରେ ନିଶା ଦେଇ ତାଙ୍କ ସହ ଦୁଷ୍କର୍ମ କରିଥିଲେ। ଏହାର ଭିଡିଓ ରେକର୍ଡ କରିଥିଲେ ସୌରଭ। ଭିଡିଓ ଭାଇରାଲ କରିବାକୁ ଧମକ ଦେଇ ସୌରଭ ମଧ୍ୟ ପୀଡିତାଙ୍କ ସହ ଦୁଷ୍କର୍ମ କରିଥିଲା। ସୋସିଆଲ ମିଡ଼ିଆରେ ଏହି ଭିଡିଓ ଭାଇରାଲ ହେବାପରେ ପୀଡିତାଙ୍କ ପରିବାର ଜାଣିବାରୁ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ପୀଡିତାଙ୍କ ମେଡିକାଲ ଯାଞ୍ଚ କରାଇ ସୋମବାର ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ମତାମତ ଦିଅନ୍ତୁ ।