ପଞ୍ଜିକରଣ ନକଲେ ମିଳିବନି ଟିକା

0

ନୂଆଦିଲ୍ଲୀ : ଆସନ୍ତାମାସ ପହିଲାଠାରୁ ୧୮ରୁ ୪୫ ବର୍ଷ ବୟସର ବ୍ୟକ୍ତିଙ୍କୁ ଟିକା ଦିଆଯିବ। ଏଥିପାଇଁ ଅନ୍ ଲାଇନ୍ ପଞ୍ଜିକରଣ ଆରମ୍ଭ ହୋଇଯାଇଛି। ପଞ୍ଜିକରଣ ନକରି ଟିକା କେନ୍ଦ୍ରକୁ ଆସିଲେ ଟିକା ଦିଆଯିବ ନାହିଁ ବୋଲି କେନ୍ଦ୍ର ସରକାର ଗାଇଡ୍ ଲାଇନରେ ସ୍ପଷ୍ଟ କରିଛନ୍ତି।

ରବିବାର କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ସରକାରକୁ ଚିଠି ଲେଖି ଏ ସମ୍ପର୍କରେ ଅବଗତ କରାଇଛନ୍ତି। ସେ କହିଛନ୍ତି ଗାଇଡ୍ ଲାଇନ୍ ଅନୁସାରେ ଦେଶରେ ଟିକାକରଣ ହେବ। କୌଣସି ମନମାନି ଚଳିବନି। ଟିକା ଯେପରି ନଷ୍ଟ ନହୁଏ ସେଥିପ୍ରତି ଗୁରୁତ୍ୱ ଦିଆଯିବା ଦରକାର। ଯଦି ଟିକା ବଳକା ହୁଏ ତେବେ ଯିଏ ଯେଉଁଠାରୁ ଟିକା ଆଣିଥିବେ ଏପ୍ରିଲ ୩୦ ବେଳକୁ ଫେରାଇବେ।

ସେହିପରି ଯେଉଁ ଘରୋଇ ହସ୍ପିଟାଲରେ ଟିକାକରଣ ହେବ ସେହି ହସ୍ପିଟାଲ ଭ୍ୟାକସିନ ସେଣ୍ଟର ବୋଲି ଘୋଷଣା କରିବ। ଟିକାର ଦାମ, ହସ୍ପିଟାଲର ଦାମକୁ ମିଶାଇ ସମସ୍ତ ଦେୟ ଉଲ୍ଲେଖ କରିବା ସହିତ ଏହା କୋଓ୍ୱିନ୍ ପୋର୍ଟାଲରେ ଉପଲବ୍ଧ ହେବ ବୋଲି ସ୍ୱାସ୍ଥ୍ୟ ସଚିବ କହିଛନ୍ତି।

Leave A Reply

Your email address will not be published.