ପଞ୍ଜିକୃତ ନିର୍ମାଣ ଶ୍ରମିକଙ୍କୁ ମିଳିବ ୫ ହଜାର ସହାୟତା

ନୂଆଦିଲ୍ଲୀ : କେଜ୍ରିୱାଲ ସରକାର ଘୋଷଣା କରିଛନ୍ତି ପଞ୍ଜିକୃତ ନିର୍ମାଣ ଶ୍ରମିକଙ୍କୁ ମିଳିବ ୫ ହଜାର ଟଙ୍କା ସହାୟତା। ଦିଲ୍ଲୀରେ ମୋଟ ୨,୧୦,୬୮୪ ନିର୍ମାଣ ଶ୍ରମିକ ଉପକୃତ ହେବେ। ସରକାରଙ୍କ ପକ୍ଷରୁ କୁହାଯାଇଛି ୧,୦୫,୭୫୦ ଶ୍ରମିକଙ୍କ ଖାତାକୁ ୫୨.୮୮ କୋଟି ଟଙ୍କା ପଠାଇ ଦିଆଯାଇଛି। ଆଗାମୀ ଦିନରେ ଅନ୍ୟମାନଙ୍କ ବ୍ୟାଙ୍କ ଖାତାକୁ ଟଙ୍କା ପଠାଯିବ।

ଏହାବ୍ୟତୀତ ଶ୍ରମିକମାନଙ୍କ ପାଇଁ ବିଭିନ୍ନ ଜିଲ୍ଲାର ସ୍କୁଲ ଗୁଡିକରେ ମାଗଣା ରନ୍ଧାଖାଦ୍ୟର ବ୍ୟବସ୍ଥା କରାଯାଇଛି। ଗୁରୁବାର ସୁଦ୍ଧା ଏସବୁ ସ୍ଥାନରୁ ୭ ହଜାର ଖାଦ୍ୟ ପୁଡିଆ ବଣ୍ଟନ କରାଯାଇଥିବା କୁହାଯାଇଛି।
ଏଥିସହ ଦିଲ୍ଲୀ ସରକାର ଦୁଇତିନିଦିନ ମଧ୍ୟରେ ଶ୍ରମିକମାନଙ୍କ ପାଇଁ ଏକ ହେଲ୍ପ ଲାଇନ୍ ନମ୍ବର ଜାରି କରିବାକୁ ଯାଉଛନ୍ତି। ଏହି ନମ୍ବରରେ ଫୋନ କରି ଶ୍ରମିକମାନେ ଖାଦ୍ୟ ବଣ୍ଟନ କେନ୍ଦ୍ର, ମେଡିକାଲ ବେଡ ଓ ଔଷଧ ଭଳି ବିଭିନ୍ନ ସମସ୍ୟା ସମ୍ପର୍କରେ ବୁଝି ପାରିବେ।

Leave a Reply

Your email address will not be published. Required fields are marked *

Back to top button