ପରବର୍ତ୍ତୀ ପିଢିର SmartAir ଏୟାର ପ୍ୟୁରିଫାୟର ବିପଣନ ପାଇଁ QNET ସହିତ ହାତ ମିଳାଇଲା SHARP

ଭୁବନେଶ୍ୱର : ଆନ୍ତର୍ଜାତିକ ଇ-କମର୍ସ ସମର୍ଥ ପ୍ରତ୍ୟକ୍ଷ ବିକ୍ରୟକାରୀ କମ୍ପାନୀ QNET ଭାରତରେ ତାହାର ସାମ୍ପ୍ରତିକ ଶାର୍ଷ ବିଜନେସ ସିଷ୍ଟମ୍‍ ସହିତ ସହଭାଗିତାର ଅଂଶସ୍ୱରୂପ ଏକ ଅତ୍ୟାଧୁନିକ ଏୟାର ପ୍ୟୁରିଫାୟର ସ୍ମାର୍ଟଏୟାର ପ୍ରଚଳନ ସମ୍ପର୍କରେ ଘୋଷଣା କରିଛି। ନୂଆ SHARP-QNET SmartAir ରେ SHARPର ପାଟେଣ୍ଟକୃତ ପ୍ଲାଜମାକ୍ଲଷ୍ଟର ଆୟନ ପ୍ରଯୁକ୍ତି (ପିସିଆଇ) ଭଳି ବୈଶିଷ୍ଟ୍ୟ ରହିଛି ଯାହାର ସାର୍ସ-କୋଭିଡ ଭୂତାଣୁ-୨କୁ ମାତ୍ର ୩୦ ସେକେଣ୍ଡ ମଧ୍ୟରେ ୯୧.୩% ନିପାତ କରିବାର ପ୍ରମାଣିତ ଫଳପ୍ରସୂ ଦକ୍ଷତା ରହିଛି। ପିସିଆଇ ପ୍ରଯୁକ୍ତି ମାରାତ୍ମକ ଭୂତାଣୁଗୁଡିକୁ ମାରିବା, ଗ୍ୟାସ ଓ ରାସାୟନିକ ପଦାର୍ଥ ଗୁଡିକୁ ତଥା ଭିଓସିକୁ ନିଷ୍କ୍ରିୟ କରିବା, ସଂକ୍ରମଣ ସୃଷ୍ଟି କରୁଥିବା ବହୁ ପାଥୋଜେନ ନଷ୍ଟକରିବା, ସ୍ଥିର ଚାର୍ଜ ହ୍ରାସକରିବା ଏବଂ ତ୍ୱଚାର ସୁସ୍ଥତାରେ ଉନ୍ନତି ଆଣିବାରେ ଫଳପ୍ରଦ ହେଉଥିବା ନେଇ ୩୩ଟି ବିଶ୍ୱସ୍ତରୀୟ ପ୍ରୟୋଗଶାଳା ଦ୍ୱାରା ସ୍ୱୀକୃତିଲାଭ କରିଛି। ଭାରତରେ QNET ର ପ୍ରତ୍ୟକ୍ଷ ବିକ୍ରୟ ବିତରକମାନଙ୍କ ଜରିଆରେ ଏହି ଉତ୍ପାଦ ଉପଲବ୍ଧ ହେଉଛି।

ମହାମାରୀ ଜନସାଧାରଣଙ୍କୁ ପୂର୍ବାପେକ୍ଷା ଅଧିକ ସମୟ ଘରଭିତରେ ବିତାଇବାକୁ ବାଧ୍ୟ କରିଛି। ତଦ୍ଦ୍ୱାରା ଘର ଭିତରେ କ୍ଷୁଦ୍ରାତିକ୍ଷୁଦ୍ର କଣିକା ଗୁଡିକ ସହ ସେମାନଙ୍କୁ ଅଧିକ ସମୟ ବିତାଇବାକୁ ପଡୁଛି। ସେଥିମଧ୍ୟରେ ଧୂମପାନ, ମହମବତୀ ଜଳାଇବାର ଧୂଆଁ, ରୋଷେଇ ସମୟରେ ନିର୍ଗତ ଶିଖା, ମୋଲ୍‍ଡ, ଧୂଳି ଓ ଅନ୍ୟ ଭଙ୍ଗୁରପ୍ରବଣ ଅର୍ଗାନିକ ସାମଗ୍ରୀ ତଥା ପୃଷ୍ଠଭାଗକୁ ବିଶୋଧନ କରିବାକୁ ବ୍ୟବହାର କରାଯାଉଥିବା ଦୃଢ ପ୍ରତିକ୍ରିୟାଶୀଳ ରାସାୟନିକ ପଦାର୍ଥ ଆଦି ଅନ୍ତର୍ଭୁକ୍ତ। ନିୟମିତ ଧୂଳି ଝାଡିବା ଓ ପରିଷ୍କାର କରିବା ଦ୍ୱାରା ଏକ ବାସଗୃହ ପରିଷ୍କାର ଦେଖାଯାଉଥାଇପାରେ, କିନ୍ତୁ ତାହା ଭିତରେ ଅତି ମାତ୍ରାରେ ପ୍ରଦୂଷଣକାରୀ ଏବଂ ଆଲର୍ଜେନ୍‍ ରହିବାର ସମ୍ଭାବନା ରହିଛି।

ଯେକୌଣସି ସ୍ୱାସ୍ଥ୍ୟ ସୁରକ୍ଷା ଓ ସୁସ୍ଥ ହେବା ଯୋଜନାର ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ଘର ଭିତର ବାୟୁର ମାନ ପରିଚାଳନା କରିବା। ଏରୋସୋଲ ପ୍ରବାହ ପରିଚାଳନା ଉପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ଜାରି କରିଥିବା ନିର୍ଦ୍ଦେଶାବଳୀରେ ଏହା ପ୍ରତିଫଳିତ ହୋଇଛି। ଯେଉଁଥିରେ ଉଚ୍ଚ ମାନର ବାୟୁ ବିଶୋଧନ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ସୁପାରିଶ କରାଯାଇଛି, ଯାହା ୪୭% ପର୍ଯ୍ୟନ୍ତ ସଂକ୍ରମଣ ଆପଦ ହ୍ରାସ କରିପାରିବ। SHARP-QNET SmartAir ମଧ୍ୟ ଆଇଓଟି କାର୍ଯ୍ୟକାରିତାକୁ ସନ୍ନିବେଶିତ କରିଛି ଯାହା ଦ୍ୱାରା ଏହାକୁ ୱାଇ-ଫାଇ ସହିତ ସଂଯୁକ୍ତ କରିହେବ ଏବଂ ‘ଶାର୍ପ ଏୟାର’ ମୋବାଇଲ ଆପ୍‍ (ଉଭୟ ଆଣ୍ଡ୍ରଏଡ ଏବଂ ଆଇଓଏସ୍‍ ବ୍ୟବହାରକାରୀଙ୍କ ପାଇଁ ଉପଲବ୍ଧ) ଜରିଆରେ ଏକ ସ୍ମାର୍ଟଫୋନ୍‍ରୁ ଯେକୌଣସି ସ୍ଥାନରେ ରହି ପରିଚାଳନା କରିହେବ।

ନୂଆ ଉତ୍ପାଦ ପ୍ରଚଳନ ସମ୍ପର୍କରେ ପ୍ରକାଶକରି ଛଘଋଞ ଲିମିଟେଡର ରିଜିଓନାଲ ଡାଇରେକ୍ଟର (ଦକ୍ଷିଣ ଏସିଆ) ରିଷି ଚାଣ୍ଡିଓକ କହିଛନ୍ତି, “ଭାରତରେ SHARP ସହିତ ଆମର ୬ବର୍ଷର ଦୀର୍ଘ ସମ୍ପର୍କ ରହିଛି। ଯାହା କ୍ରମଶଃ ସୁଦୃଢ ହେବାରେ ଲାଗିଛି । ଆମର ଉଦ୍ଦେଶ୍ୟ ହେଉଛି ଗ୍ରାହକଙ୍କୁ ମୂଲ୍ୟଯୁକ୍ତ ଉତ୍ପାଦ ଯୋଗାଇଦେବା ଯାହା ସେମାନଙ୍କୁ ସୁସ୍ଥ, ସାମଗ୍ରିକ ଜୀବନଧାରଣରେ ସହାୟକ ହେବ । କୋଭିଡ-୧୯ ସଂକ୍ରମଣ ସମୁଦାୟ ପରିବାରକୁ ସୁରକ୍ଷା ଦେଇପାରୁଥିବା ବାସଗୃହ ପ୍ରଯତ୍ନକାରୀ ସମାଧାନର ଆବଶ୍ୟକତା ଉପରେ ଦୃଷ୍ଟି କେନ୍ଦ୍ରୀଭୂତ କରିଛି।

SmartAir ରେ ସ୍ମୋଗ୍ ଏବଂ ଅତିମାତ୍ରାରେ ଅଶୁଦ୍ଧ ପରିବେଶକୁ ଦକ୍ଷତାର ସହିତ ପରିଷ୍କାର କରିବାକୁ SHARPର ଅସଲି ହେଜ୍‍ ମୋଡ ମଧ୍ୟ ସନ୍ନିବେଶିତ ହୋଇଛି। ଭାରତୀୟ ମୁଦ୍ରାରେ ୪୩୬୭୦ ଟଙ୍କା ମୂଲ୍ୟ ରଖାଯାଇଥିବା ଏହି ଉପକରଣକୁ ଅତି ସୁନ୍ଦର ଭାବରେ ଡିଜାଇନ କରାଯାଇଛି। ଏଥିରେ ବାରିହୋଇପଡିବା ଭଳି ଏକ କଂଟ୍ରୋଲ ପ୍ୟାନେଲ ରହିଛି ଯାହା ବ୍ୟବହାର କରିବା ସହଜ ଓ କୋଠରୀ ମଧ୍ୟରେ ଚମତ୍କାର ଦେଖାଯାଇଥାଏ। ଏହି ଉତ୍ପାଦର ଅନନ୍ୟ ୨୦-ଡିଗ୍ରୀ ବାୟୁ ପ୍ରବାହ କୋଠରୀର ପ୍ରତ୍ୟେକ କୋଣ ଅନୁକୋଣରେ ପହଞ୍ଚିବା ନିଶ୍ଚିତ କରିଥାଏ। ଏହା ୪୫୦ ବର୍ଗଫୁଟ ପରିମିତ ଅଂଚଳକୁ ଆଚ୍ଛାଦିତ କରିଥାଏ।
ଆମର ଏୟାର ପ୍ୟୁରିଫାୟର ଉତ୍ପାଦ ବର୍ଗରେ ଆମେ ପୂର୍ବବର୍ଷ ତୁଳନାରେ ୧୫୦% ଅଭିବୃଦ୍ଧି (୨୦୧୯-୨୦) ହାସଲ କରିଛୁ। ଯାହା ସ୍ୱାସ୍ଥ୍ୟ ଓ କଲ୍ୟାଣ ଉପରେ ବର୍ଦ୍ଧିତ ଦୃଷ୍ଟିନିବଦ୍ଧର ସୂଚନା ଦେଉଛି । ଆଗାମୀ ୩ ବର୍ଷ ମଧ୍ୟରେ ଆମର ଏୟାର ପ୍ୟୁରିଫାୟର ବର୍ଗରେ ଆମେ ପ୍ରାୟ ୩୦% ସିଏଜିଆର ଆଶା କରୁଛୁ ବୋଲି QNET ଇଣ୍ଡିଆର କର୍ପୋରେଟ କମ୍ୟୁନିକେସନ ହେଡ୍‍ ନିଶ୍ଚଲ ସି କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button