ପାରାଦୀପ ବନ୍ୟାଞ୍ଚଳରେ ବିଧାୟକ ସମ୍ବିତ ରାଉତରାୟ

ପାରାଦୀପ : ଲଗାଣ ବର୍ଷା ବନ୍ଦ ହୋଇଛି। କିନ୍ତୁ ମହାନଦୀରେ ବନ୍ୟା ଜଳର ପ୍ରଭାହ କମିନାହିଁ। ବନ୍ୟାରେ ପାରାଦ୍ଵୀପ ଅଞ୍ଚଳର ବ୍ୟାପକ କ୍ଷୟକ୍ଷତି ହୋଇଛି। ଅନେକ ଗାଁ ଓ ପଞ୍ଚାୟତରେ ଜମି ରହିଛି ବନ୍ୟାପାଣି। ଏହିଭଳି ସମୟରେ ବିପନ୍ନଙ୍କ ନିକଟରେ ପହଞ୍ଚିଛନ୍ତି ପାରାଦ୍ଵୀପ ବିଧାୟକ ସମ୍ବିତ ରାଉତରାୟ (ବାପି ଭାଇ)।

ବିଧାୟକ ସମ୍ବିତ ରାଉତରାୟଙ୍କ ତତ୍ତ୍ଵାବଧାନରେ ଏ.ଓ.ଟି.ଏସ୍.ଓ ଛାତ୍ର ସଂଘରର ଆବାହକ ତଥା ବିଜୁ ଯୁବ ଜନତା ଦଳର ରାଜ୍ୟ ସାଙ୍ଗଠନିକ ସମ୍ପାଦକ ଇଂ. ରଶ୍ମୀ ରଞ୍ଜନ ଦାସ ଓ ଛାତ୍ରସଂଘର ଉପପ୍ରତିଷ୍ଠାତା ପିନାକୀ ଦାସ, ଶକ୍ତି ପ୍ରସାଦ ରାଉତଙ୍କ ସହଯୋଗରେ ପାରାଦ୍ଵୀପର ବନ୍ୟାଞ୍ଚଳରେ ପହଞ୍ଚି ବନ୍ୟା କ୍ଷତିଗ୍ରସ୍ତଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଅଲ୍ ଓଡିଶା ଟେକ୍ନିକାଲ ଷ୍ଟୁଡେଣ୍ଟ୍ ଆର୍ଗାନାଇଜେସନ୍ (ଏ.ଓ.ଟି.ଏସ.ଓ) ଛାତ୍ର ସଂଘର ଛାତ୍ର ନେତା ସନ୍ଦୀପ ସ୍ୱାଇଁ, ଦେବାଶିଷ ମହାନ୍ତି, ଏ.ଏସ ଆନନ୍ଦ ଦିବ୍ୟଜ୍ୟୋତି ଧଳ ଓ ଆଶିଷ ଜେନା ପ୍ରମୁଖ ସହାୟତା କରିଥିଲେ।

ମତାମତ ଦିଅନ୍ତୁ ।