Breaking Newsଅପରାଧ

ପାରାଦୀପ : ଟର୍ମିନାଲ ଛକ ଦୁର୍ଘଟଣାରେ ମାଛ ବ୍ୟବସାୟୀ ମୃତ

ପାରାଦୀପ : ଟର୍ମିନାଲ ଛକରେ ଆଜି ସକାଳେ ଏକ ଟ୍ରକ ଧକ୍କା ଦେବାରୁ ଜଣେ ମାଛ ବ୍ୟବସାୟୀଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ କୁଜଙ୍ଗ ଚଟୁଆ ପୋଖରିଆପଡାର ଅଜୟ ଦାସ। ସେ ପାରାଦୀପ ମାଛ ଧରା ବନ୍ଦର ମଧ୍ୟରୁ ମାଛ ଆଣି ନିଜ ଗ୍ରାମକୁ ଫେରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ। ପାରାଦୀପ ପୋଲିସ ମୃତଦେହକୁ ଉଦ୍ଧାର କରିବା ସହିତ ଟ୍ରକ୍‌ଟିକୁ ଜବତ କରିଛି। କିନ୍ତୁ ଡ୍ରାଇଭର୍ ଫେରାର୍ ହୋଇଯାଇଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।

Back to top button