ପାରଳାଖେମୁଣ୍ଡିରେ ୨ଟି ସିନେମା ହଲ୍ ସିଲ୍

ଗଜପତି : ରାଜ୍ୟରେ କରୋନା ସଂକ୍ରମଣ ବଢିବାରେ ଲାଗିଛି। ଏହାକୁ ରୋକିବା ଲାଗି ସବୁଆଡେ କୋଭିଡ୍ କଟକଣାକୁ କଡାକଡି କରାଯାଇଛି। ଉଲଂଘନ ହେଲେ ହେଇଛି କାର୍ଯ୍ୟାନୁଷ୍ଠାନ। ସେହି କ୍ରମରେ ନିୟମ ଭାଙ୍ଗିଥିବା ପାରଳାଖେମୁଣ୍ଡିରେ ୨ଟି ସିନେମା ହଲକୁ ଜିଲ୍ଲା ପ୍ରଶାସନସିଲ୍ କରିଛି।

ଖବର ଅନୁଯାୟୀ ଶୁକ୍ରବାର ଏକ ତେଲୁଗୁ ସିନେମା ରିଲିଜ ହୋଇଥିଲା। ଏହାକୁ ଦେଖିବା ପାଇଁ ହୋଇଥିଲା ପ୍ରବଳ ଭିଡ। ଶନିବାର କୋଭିଡ୍ କଟକଣା ଉଲଂଘନ ଦେଖିବାକୁ ମିଳିବାରୁ ପ୍ରଶାସନ ପକ୍ଷରୁ ପାରଳାଖେମୁଣ୍ଡିର ଜୟା ଓ ଲକ୍ଷ୍ମୀ ଟକିଜକୁ ସିଲ୍ କରାଯାଇଛି।

Leave a Reply

Your email address will not be published. Required fields are marked *

Back to top button