ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ରେଳ ଫାଟକ ବନ୍ଦର ପ୍ରତିବାଦ କଲେ ଲୋକେ

ବାରିପଦା : ମୟୂରଭଂଜ ଜିଲ୍ଲା ରୂପସା-ବାଙ୍ଗିରିପୋଷି ରେଳଲାଇନରେ ୩୨ ନମ୍ବର ଲେବଲକ୍ରସିଂକୁ ବନ୍ଦ କରିଦିଆଯାଇଛି। ଏହାର ପ୍ରତିବାଦରେ ବାରିପଦା ସହର ଉପକଣ୍ଠ ରଙ୍ଗାମାଟିଆ ଅଂଚଳରେ ଲୋକେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

ଖବର ଅନୁଯାୟୀ ୩୨ ନମ୍ବର ରେଳଫାଟକ ଦେଇ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ ହୋଇଛି। ବାରିପଦାରୁ କାଠଫାଳକୁ ସଂଯୋଗ କରୁଥିବା ଏହି ରାସ୍ତାରେ ୧୦ରୁ ଅଧିକ ଗାଁର ଲୋକେ ନିର୍ଭର କରୁଛନ୍ତି। ରେଳ ଫାଟକକୁ ବନ୍ଦ ହେବାଯୋଗୁ ଲୋକମାନେ ଯିବା ଆସିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେଥିପାଇଁ ଏଭଳି ନିଷ୍ପତ୍ତିର ପ୍ରତିବାଦ କରିବା ସହିତ ଶହ ଶହ ସଂଖ୍ୟାରେ ଲୋକ ଏକଜୁଟ ହୋଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

ମତାମତ ଦିଅନ୍ତୁ ।