ପାର୍ବଣ ଋତୁ ପାଇଁ ଇକମ୍ ଏକ୍ସପ୍ରେସ୍ ଦେବ ୩୦ହଜାର କର୍ମଚାରୀ ନିଯୁକ୍ତି

ଗୁରୁଗ୍ରାମ : ଇକମ୍ ଏକ୍ସପ୍ରେସ୍‌ ସେପ୍ଟେମ୍ବର ଓ ଅକ୍ଟୋବର ମାସରେ ଏହାର ସେଂଟର, ହବ୍‌, ସୋର୍ଟେସନ ସେଂଟର ଓ ଡେଲିଭରି ସେଂଟରର ଆବଶ୍ୟକତା ପୁରଣ ପାଇଁ ୩୦ ହଜାରରୁ ଅଧିକ ଋତୁକାଳୀନ ନିଯୁକ୍ତି ସୃଷ୍ଟି କରିବ ଆଜି ଘୋଷଣା କରିଛି। ପାର୍ବଣ ସମୟରେ ହେବାକୁ ଥିବା ଅନଲାଇନ କାରବାର ବୃଦ୍ଧିକୁ ଦୃଷ୍ଟିରେ ରଖି ଓ ଡୋରଷ୍ଟେପ୍ ଡେଲିଭରି ପାଇଁ କମ୍ପାନୀ ନିଜକୁ ପ୍ରସ୍ତୁତ କରୁଛି। ଏଥିରେ ପ୍ରମୁଖ ରହିଛନ୍ତି ଓୟାରହାଉସିଂ କାର୍ଯ୍ୟ ପାଇଁ ଡେଲିଭରି ବ୍ୟକ୍ତିସମୂହ, ହବ୍ ଓ ସର୍ଟିଂ ସେଂଟର ଆସୋସିଏଟ୍ସ ଏବଂ ୱାର୍କଫୋର୍ସ। ଏହି ପଦବୀ ମଧ୍ୟରୁ ୩/୪ ଭାଗ ନିଯୁକ୍ତି ମେଟ୍ରୋ ସହର ବାହାରେ ଅର୍ଥାତ ଅହମ୍ମଦାବାଦ, ସୁରଟ, ବିଜୟୱାଡ଼ା, ଚଣ୍ଡିଗଡ଼, ଇନ୍ଦୋର, ପାଟନା, ଲକ୍‌ନୌ, କାନପୁର, ଭୋପାଳ ଓ ଜୟପୁର ହେବ।

ଇକମ୍ ଏକ୍ସପ୍ରେସର ଏକ୍‌ଜିକ୍ୟୁଟିଭ୍ ଭାଇସ୍ ପ୍ରେସିଡେଂଟ ଓ ଚିଫ୍ ହ୍ୟୁମାନ ରିସୋର୍ସ ଅଫିସର ସୌରଭ ଦିପ୍ ସିଙ୍ଗଲା କହିଛନ୍ତି କୋଭିଡ୍‌-୧୯ ମହାମାରୀ ହେତୁ ଆମର ସେବା ଏବେ ଆହୁରି ଅଧିକ ଉପଯୋଗୀ ହୋଇପାରିଛି । ଆମେ ଆଗାମୀ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ୩୦,୦୦୦ ଋତୁକାଳୀନ ନିଯୁକ୍ତି ସୃଷ୍ଟି କରିବାର ଲକ୍ଷ୍ୟ ରଖିଛୁ। ଏଥିମଧ୍ୟରୁ କିଛି ପଦବୀକୁ ପାର୍ବଣ ଋତୁ ପରେ ସ୍ଥାୟୀ କରାଯିବ। ଏପରି ସମୟରେ ଯେତେବେଳେ ଲକ୍ଷ ଲକ୍ଷ ଲୋକ ଚାକିରୀ ଖୋଜୁଛନ୍ତି ସେହି ସମୟରେ ଆମେ ଆମର ଲୋକମାନଙ୍କୁ ଜୀବିକା ନିର୍ବାହ କରିବାର ସୁଯୋଗ ପ୍ରଦାନ କରୁଛୁ। ଗତ କିଛି ବର୍ଷ ଧରି, କମ୍ପାନୀ ଦ୍ୱାରା ଋତୁକାଳୀନ କାର୍ଯ୍ୟ ପାଇଁ ଚୟନ କରାଯାଇଥିବା କର୍ମଚାରୀଙ୍କ ମଧ୍ୟରୁ ୩୦ ପ୍ରତିଶତ କର୍ମଚାରୀଙ୍କୁ ପରବର୍ତି ସମୟରେ ସ୍ଥାୟୀ ପଦବୀ ସହିତ ନିୟମିତ କରାଯାଇଛି। ଜୁନ୍ ଓ ଜୁଲାଇ ମଧ୍ୟରେ କମ୍ପାନୀ ବିଭିନ୍ନ ବ୍ୟବସାୟ କାର୍ଯ୍ୟକୁ ଶୃଙ୍ଖଳିତ କରିବା ପାଇଁ ୭୦୦୦ କର୍ମଚାରୀଙ୍କୁ ନିଯୁକ୍ତି ପ୍ରଦାନ କରିଛି।

ଇକମ୍ ଏକ୍ସପ୍ରେସ୍ ଭାଇସ ପ୍ରେସିଡେଂଟ ଓ ଷ୍ଟ୍ରାଟେଜି ଏବଂ ପ୍ଲାନିଂର ମୁଖ୍ୟ ସିଦ୍ଧାର୍ଥ ଅଗ୍ରୱାଲ୍‌ କହିଛନ୍ତି ଲଜିଷ୍ଟିକ୍ ପାର୍ଟନର ଭାବରେ ଆମେ ସାରା ଭାରତର ୨୦୦୦ ଇ-କମର୍ସ କମ୍ପାନୀ ସହିତ ସହଭାଗୀତା କରିଛୁ। ଉତମ ଗ୍ରାହକ ଅନୁଭୂତି ପ୍ରଦାନ କରିବାକୁ ଚେଷ୍ଟା କରୁଛୁ ଓ ପାର୍ବଣ ଋତୁରେ ଗ୍ରାହକଙ୍କୁ ଏକ ଉତ୍କୃଷ୍ଟ ଅନୁଭବ ପ୍ରଦାନ କରିବା ପାଇଁ ଆଶା କରୁଛୁ।

ମତାମତ ଦିଅନ୍ତୁ ।