ପାର୍ବଣ ଋତୁରେ କୋଭିଡ୍‌ ନିୟମ କଡ଼ାକଡ଼ି ପାଳନ ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର : ରାଜ୍ୟରେ ପାର୍ବଣ ଋତୁ ଚାଲିଥିବା ବେଳେ ପୁଣି କରୋନା ସଂକ୍ରମଣ ବୃଦ୍ଧି ନେଇ ବିଶେଷଜ୍ଞମାନେ ଆଶଙ୍କା ପ୍ରକାଶ କରିଛନ୍ତି। ଏବେ ୟୁରୋପରେ ଓ ଓନାମ ପର୍ବ ପରେ କେରଳରେ କରୋନାର ୨ୟ ଲହରୀ ଆସିଥିବାରୁ ପାର୍ବଣ ଋତୁରେ ସତର୍କ ନ ରହିଲେ ଓଡ଼ିଶାରେ ମଧ୍ୟ ଏହି ପରିସ୍ଥିତି ସୃଷ୍ଟି ହୋଇପାରେ।

ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସବୁ ଜିଲ୍ଲାର ଜିଲ୍ଲାପାଳ ଓ ଏସପି ଏବଂ ଭୁବନେଶ୍ୱର-କଟକ କମିସନରେଟ ପୋଲିସ ଓ ସବୁ ମହାନଗର ନିଗମର କମିସନରମାନଙ୍କୁ କରୋନା ଗାଇଡଲାଇନକୁ କଡ଼ାକଡ଼ି ଲାଗୁ କରିବା ସହିତ ସ୍ଥିତିର ମୁକାବିଲା ଲାଗି ପ୍ରସ୍ତୁତ ରହିବାକୁ ନିର୍ଦେଶ ଦେଇଛନ୍ତି। ରାଜ୍ୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପି.କେ. ମହାପାତ୍ରଙ୍କ ପକ୍ଷରୁ ଏକ ଏହି ନିର୍ଦେଶ ପତ୍ର ମାଧ୍ୟମରେ ଜାରି କରାଯାଇଛି । ଏଥିରେ କୁହାଯାଇଛି ଚଳିତ ପାର୍ବଣ ଋତୁ ଓ ଅନଲକ ପାଇଁ ଆମକୁ ସତର୍କ ରହିବାକୁ ହେବ। ଗତ ୨୦ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ପାର୍ବଣ ଋତୁରେ ଅଧିକ ସତର୍କ ରହିବା ସହ କୋଭିଡ ଗାଇଡଲାଇନକୁ ପାଳନ କରିବାକୁ ପରାମର୍ଶ ଦେଇଥିଲେ। ଟିକା ଆସିବା ପର୍ଯ୍ୟନ୍ତ ଆମକୁ ସତର୍କ ରହିବାକୁ ହେବ ବୋଲି ସେ କହିଥିଲେ।

ମତାମତ ଦିଅନ୍ତୁ ।