ପାର୍ବଣ ଋତୁରେ ଉଷାର ୧୦ଟି ନୂଆ ଫ୍ୟାନ୍ ଭ୍ୟାରିଆଂଟ୍‌ର ବଜାର ପ୍ରବେଶ

ନୂଆଦିଲ୍ଲୀ : ଭାରତର ଅଗ୍ରଣୀ ତଥା ବିଶ୍ୱାସନୀୟ କଞ୍ଜ୍ୟୁମର୍ ଡ୍ୟୁରାବୁଲ୍ ବ୍ରାଣ୍ଡ୍ ଉଷା ଇଂଟରନ୍ୟାସନାଲ୍ ପକ୍ଷରୁ ପାର୍ବଣ ଋତୁରେ ୧୦ଟି ନୂଆ ଫ୍ୟାନ୍ ଭ୍ୟାରିଆଂଟ୍‌ର ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ସେଥିମଧ୍ୟରେ ସିଲିଂ, ୱାଲ୍‌, ଏକ୍ସଜଷ୍ଟ୍ o ପେଡେଷ୍ଟାଲ ଫ୍ୟାନ୍ ରହିଛି।

ଉଷାର ଏହି ଉତ୍ପାଦଗୁଡ଼ିକ ଗ୍ରାହକଙ୍କ ବହୁବିଧ ଆବଶ୍ୟକତାକୁ ପୂରଣ କରିବାକୁ ସକ୍ଷମ ହୋଇପାରିବ। ନୂଆ ସିଲିଂ ଫ୍ୟାନ୍ ମଧ୍ୟରେ ଏରୋଷ୍ଟ୍ରଙ୍ଗ ଆଙ୍ଗେଲ୍‌, ଏରୋଷ୍ଟ୍ରଙ୍ଗ୍ କର୍ଭ, ସୁଇଫ୍ଟ୍ ଆଲ୍ଫା, ସୁଇଫ୍ଟ୍ ଆଲ୍ଫା କ୍ରୋମ୍ ଓ ବ୍ଲୁମ୍ ବେଲ ଫ୍ଲାୱାର ଆଦି ରହିଛି। ପେଡେଷ୍ଟାଲ ଓ ୱାଲ ଫ୍ୟାନ୍ ମଧ୍ୟରେ କମ୍ପାନୀ ପକ୍ଷରୁ କୋଲୋସସ୍ ଏବଂ ପେଂଟାକୁଲ୍ ସିରିଜ୍‌ର ଫ୍ୟାନ୍‌ର ବଜାର ପ୍ରବେଶ କରାଯାଇଛି। ଏଥିସହ ସହ ଷ୍ଟ୍ରାଇକର ହାଇସ୍ପିଡ୍ ପ୍ଲାଷ୍ଟିକ୍ ଏକ୍ସଜଷ୍ଟ୍ ଫ୍ୟାନ୍ ବର୍ଗର ମଧ୍ୟ ବଜାର ପ୍ରବେଶ କରାଯାଇଛି।

ବଜାର ପ୍ରବେଶ ଅବସରରେ ଉଷା ଇଂଟରନ୍ୟାସ୍‌ନାଲ୍‌ର ଇଲେକ୍ଟ୍ରିକ୍ ଫ୍ୟାନ୍ସ ଓ ପମ୍ପ୍ସ୍‌ର ସଭାପତି ରୋହିତ୍ ମାଥୁର କହିଛନ୍ତି ଗ୍ରାହକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆମେ ଏସବୁ ନୂଆ ଫ୍ୟାନ୍‌ର ବଜାର ପ୍ରବେଶ କରାଇଛୁ। ଏହା ଆମର ପୋର୍ଟଫୋଲିଓକୁ ଅଧିକ ସୁଦୃଢ଼ କରିବାକୁ ସକ୍ଷମ ହେବ। ୧୦ଟି ନୂଆ ଉତ୍ପାଦ ନବୀନତମ ଜ୍ଞାନକୌଶଳ ଆଧାରରେ ନିର୍ମିତ ହୋଇଛି। ଏହାର ପ୍ରଦର୍ଶନ କ୍ଷମତା ମଧ୍ୟ ଉଚ୍ଚକୋଟିର ରହିଛି। ଗ୍ରାହକ ଆବଶ୍ୟକତା ଓ ବିଶ୍ୱାସନୀୟତା ଆଧାରରେ ଆମେ ଦେଶର ଘରେ ଘରେ ନିଜର ଉପସ୍ଥିତି ଜାହିର୍ କରିବାକୁ ସକ୍ଷମ ହୋଇପାରିଛୁ।

ମତାମତ ଦିଅନ୍ତୁ ।