ପରେଶ ରାୱଲ ହେଲେ ଏନଏସଡିର ଅଧ୍ୟକ୍ଷ

ମୁମ୍ବାଇ : ବରିଷ୍ଠ ବଲିଉଡ୍ ଅଭିନେତା ପରେଶ ରାୱଲ ହେଲେ ପ୍ରମୁଖ ନାଟ୍ୟ ଶିକ୍ଷାନୁଷ୍ଠାନ ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମାର ନୂଆ ଅଧ୍ୟକ୍ଷ। ତାଙ୍କୁ ଏହି ପଦରେ ନିଯୁକ୍ତି ଦିଆଯାଇଥିବା କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ପଟେଲ ସୂଚନା ଦେଇଛନ୍ତି। ସେ କହିଛନ୍ତି ପ୍ରସିଦ୍ଧ ଅଭିନେତା ପରେଶ ରାୱଲଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମାର ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି। ମୁଁ ଆନନ୍ଦିତ ଯେ ଛାତ୍ରଛାତ୍ରୀ ଓ କଳାକାରମାନେ ତାଙ୍କ ଦକ୍ଷତାର ଫାଇଦା ନେଇପାରିବେ। ମୁଁ ତାଙ୍କୁ ଅଭିନନ୍ଦନ ଜଣାଉଛି। ସୂଚନାଯୋଗ୍ୟ ୨୦୧୭ ମସିହାରୁ ଏହି ପଦବୀ ଖାଲି ପଡ଼ିଥିଲା।

ମତାମତ ଦିଅନ୍ତୁ ।