ପରିବାର ସର୍ବନିମ୍ନ ଦର ଧାର୍ଯ୍ୟ ହେଲା

ଥିରୁଭନନ୍ତପୁରମ : କେରଳ ସରକାର ପରିବାର ସର୍ବନିମ୍ନ ଦର ନିର୍ଦ୍ଧାରଣ କରିଛନ୍ତି। ନଭେମ୍ବର ୧ରୁ ଏହି ନିୟମ ଲାଗୁ କରାଯିବ।

ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ କହିଛନ୍ତି ପ୍ରଥମଥର ପାଇଁ ରାଜ୍ୟରେ ପରିବା ଦରର ସର୍ବନିମ୍ନ ମୂଲ୍ୟ ଧାର୍ଯ୍ୟ କରାଯାଉଛି। ଦେଶରେ ଏହା ପ୍ରଥମ ଘଟଣା। ପ୍ରଥମ ପର୍ଯ୍ୟାୟରେ ୧୬ଟି ପରିବା ଉପରେ ସର୍ବନିମ୍ନ ଦର ଧାର୍ଯ୍ୟ କରାଯାଆଇଥିବା ବେଳେ ଉଛି। ପର୍ଯ୍ୟାୟକ୍ରମେ ଏହାକୁ ସମୀକ୍ଷା କରାଯାଇ ଦରରେ ପରିବର୍ତ୍ତନ କରାଯିବ।

କେରଳ ସରକାର ନିର୍ଦ୍ଧାରଣ କରିଥିବା ଦର ଅନୁଯାୟୀ ବିନ୍ସ-୨୮ ଟଙ୍କା, ଟମାଟୋ-୮ ଟଙ୍କା, ଲମ୍ବା ବିନ୍ସ-୩୪ ଟଙ୍କା, ଆଳୁ-୨୦ ଟଙ୍କା, କଦଳୀ-୩୦ ଟଙ୍କା, ୱାୟନାଡ କଦଳୀ-୨୪ ଟଙ୍କା, ସପୁରୀ-୧୫ ଟଙ୍କା, ବିଟ୍-୨୧ ଟଙ୍କା, କାକୁଡ଼ି-୮ ଟଙ୍କା, କଲରା-୩୦ ଟଙ୍କା, ଛଚିନ୍ଦ୍ରା-୧୬ ଟଙ୍କା, ଭେଣ୍ଡି-୨୦ ଟଙ୍କା, ବନ୍ଧା କୋବି-୧୧ ଟଙ୍କା, ଗାଜର-୨୧ ଟଙ୍କା, ଖମ୍ବ ଆଳୁ-୧୨ ଟଙ୍କା, ପାଣି କଖାରୁ- ୯ ଟଙ୍କା ରହିଛି।

ମତାମତ ଦିଅନ୍ତୁ ।