ପରିବାରଙ୍କୁ ନ ଜଣାଇ ଶବ ଜାଳିଦେବାରୁ ରାଜପଥ ଅବରୋଧ

0

ରାଉରକେଲା : କରୋନାରେ ମୃତ୍ୟୁବରଣ କରିଥିବା ଯୁବକର ଶବକୁ ହାଇଟେକ ହସ୍ପିଟାଲ ଦାୟିତ୍ୱରେ ଥିବା କର୍ମଚାରୀ ଜାଳିଦେଲେ। ପରିବାରକୁ ଜଣାଇ ଏ ସମ୍ପର୍କରେ ଜଣାଇ ନଥିବାରୁ ଏହାକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ଯୁବକଙ୍କ ପରିବାର ଓ ସମ୍ପର୍କୀୟ ଶବ ଫେରାଇ ଦାବିରେ ଆଜି ସକାଳ ପାନପୋଷ ଗାନ୍ଧୀ ଛକ ୧୪୩ ନଂ ଜାତୀୟ ରାଜପଥ ଅବରୋଧ କରିଥିଲେ।

ଖବର ଅନୁଯାୟୀ ବନ୍ଧମୁଣ୍ଡାର ଦିଲୀପ ସାହା କରୋନା ଆକ୍ରାନ୍ତ ହୋଇ ଦୁଇଦିନ ତଳେ ଚିକିତ୍ସା ପାଇଁ ହାଇଟେକ କୋଭିଡ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଗତକାଲି ସକାଳେ ତାଙ୍କର ମୃତ୍ୟୁ ହୋଇଥିଲା। ଦାୟିତ୍ୱରେ ଥିବା ଅଧିକାରୀ ପରିବାର ଲୋକଙ୍କୁ ନ ଜଣାଇ ଶବ ଜାଳି ଦେଇଥିଲେ। ପରିବାର ଲୋକ ହସ୍ପିଟାଲରେ ପହଞ୍ଚି ଦିଲୀପଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ପଚାରିବାରୁ ତାଙ୍କର ମୃତ୍ୟୁ ହୋଇଥିବା ଜାଣିବାକୁ ପାଇଥିଲେ। କାହିଁକି ନ ଜଣାଇ ଶବ ଜାଳେଦେଲେ ପଚାରିବାରୁ କେହି ଶୁଣି ନ ଥିଲେ। ଏହାକୁ ନେଇ
ରାଜପଥ ଅବରୋଧ କଥା ଯାଇଥିଲା। ଏହି ସମୟରେ ହାଇଟେକର କିଛି କର୍ମଚାରୀ ପରିବାର ଲୋକଙ୍କ ସହ ପାଟିତୁଣ୍ଡ କରିବାରୁ ଉତ୍ତେଜନା ବୃଦ୍ଧି ପାଇଥିଲା। ଶବ ନ ଫେରାଇବା ପର୍ଯ୍ୟନ୍ତ ରାସ୍ତାରୁ ହଟିବୁ ନାହିଁ ବୋଲି ପରିବାର ଲୋକ ଜିଦ ଧରିଥିଲେ। ପାନପୋଷ ଏସ୍ଡ଼ିପିଓ ଶାନ୍ତ ନୂତନ ସାମଦ ଓ ରଘୁନାଥପାଲି ପୋଲିସ ପହଞ୍ଚି ବୁଝାସୁଝା କରିବା ପରେ ରାସ୍ତାରୋକୋ ହଟିଥିଲା।

Leave A Reply

Your email address will not be published.