ପାରିବାରିକ କଳହରୁ ଭାଇକୁ ମାରିଲା ଭାଇ

ଚଣ୍ଡିଖୋଲ : ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଅଞ୍ଚଳର ବନମାଳୀପୁର ଠାରେ ଗତକାଲି ଜଣେ ଯୁବକଙ୍କୁ ନିର୍ମମ ହତ୍ୟା କରା ଯାଇଥିଲା। ମୃତ ଯୁବକର ନାମ ଉତ୍ସବ ସେଠୀ। ଏହି ଘଟଣାରେ ପୋଲିସ ଉତ୍ସବଙ୍କ ସମ୍ପର୍କୀୟ ଭାଇ ପ୍ରଶାନ୍ତ ସେଠୀକୁ ଗିରଫ କରି କୋର୍ଟ ଚାଲାଣ କରିଛି। ପାରିବାରିକ ଶତ୍ରୁତା ପାଇଁ ପ୍ରଶାନ୍ତ ହତ୍ୟାକାଣ୍ଡର ଷଢଯନ୍ତ୍ର କରିଥିଲା। ତା ନିକଟରୁ ମାରଣାସ୍ତ୍ର ଜବତ ହୋଇଥିବା ଯାଜପୁର ଏସ୍‌ଡିପିଓ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ମତାମତ ଦିଅନ୍ତୁ ।