ପରୀକ୍ଷା ଦ୍ୱନ୍ଦ୍ୱ ଦୂର କରିବାକୁ ନବୀନ ନିବାସରେ ପହଞ୍ଚିଲେ ଛାତ୍ରଛାତ୍ରୀ

ଭୁବନେଶ୍ୱର : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଦଶମ ଓ ଯୁକ୍ତ ଦୁଇ ପରୀକ୍ଷାକୁ ସ୍ଥଗିତ ରଖିଛନ୍ତି। କିନ୍ତୁ ପରୀକ୍ଷା କି ନାହିଁ ତାହା ସ୍ପଷ୍ଟ କରାଯାଉନି। ଏଭଳି ସ୍ଥିତିରେ ଆଜି ୧୦ମ ଶ୍ରେଣୀ ଛାତ୍ରଛାତ୍ରୀମାନେ ନବୀନ ନିବାସ ଆଗରେ ପ୍ରତିବାଦ କରିବା ସହିତ ପରୀକ୍ଷା ବାତିଲ କରିବାକୁ ଦାବି କରିଛନ୍ତି।

ମଙ୍ଗଳବାର ଭୁବନେଶ୍ୱରର ପ୍ରାୟ ୧୫ଟି ସରକାରୀ ସ୍କୁଲର ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବାକୁ ନବୀନ ନିବାସ ଯାଇଥିଲେ। ମୁଖ୍ୟମନ୍ତ୍ରୀ ନଥିବାରୁ ସେମାନେ ଦାବିପତ୍ରକୁ ତାଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରି ଫେରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ବାସଭବନରୁ ଫେରି ଛାତ୍ରଛାତ୍ରୀମାନେ ଫରେଷ୍ଟ ପାର୍କ ରାସ୍ତାରେ ଧାରଣା ମଧ୍ୟ ଦେଇଥିଲେ। ନବୀନ ନିବାସ ଯିବା ପୂର୍ବରୁ ଛାତ୍ରଛାତ୍ରୀମାନେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କୁ ଭେଟିଥିଲେ। ତାଙ୍କଠାରୁ କୌଣସି ସ୍ପଷ୍ଟ ସୂଚନା ଦେଇ ନପାରିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଦେଖା କରିବାକୁ ଯାଇଥିଲେ।

ଛାତ୍ରଛାତ୍ରୀମାନେ କହିଛନ୍ତି ସିବିଏସ୍‌ଇ ଓ ଆଇସିଏସ୍‌ଇ ଦଶମ ଶ୍ରେଣୀ ପରୀକ୍ଷା ବାତିଲ ହୋଇସାରିଛି। ତେଣୁ ବିଏସ୍‌ଇ (ମାଧ୍ୟମିକ ଶିକ୍ଷା ପରିଷଦ)ର ଦଶମ ଶ୍ରେଣୀ ପରୀକ୍ଷା ବାତିଲ କରାଯାଉ। ଯଦି ପରୀକ୍ଷା ହେବ ସମସ୍ତଙ୍କର ହେଉ। ଯଦି ନହେବ ତା’ହେଲେ କାହାର ନ ହେଉ। ପାତର ଅନ୍ତର କରା ନଯାଉ। ସରକାର ଏନେଇ ଶୀଘ୍ର ନିଷ୍ପତ୍ତି ନିଅନ୍ତୁ। ଦୁଇଦିନ ଭିତରେ ନିଷ୍ପତ୍ତି ନନେଲେ ମାଷ୍ଟର କ୍ୟାଣ୍ଟିନରେ ଆନ୍ଦୋଳନ କରିବେ ସେମାନେ ଚେତାବନୀ ଦେଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button