‘ପରୀ’ର ମା’ ସୁପ୍ରିମ୍ କୋର୍ଟଙ୍କ ଦ୍ୱାରସ୍ଥ ହେଲେ

ନୟାଗଡ଼ : ସୁପ୍ରିମ୍ କୋର୍ଟରେ ନୟାଗଡ଼ ଯଦୁପୁରର କୁନି ଝିଅ ‘ପରୀ’ ହତ୍ୟା ମାମଲା। ‘ପରୀ’ର ମା’ କୋର୍ଟଙ୍କ ଦ୍ଵାରସ୍ଥ ହୋଇ ସିବିଆଇ ତଦନ୍ତ ପାଇଁ ନିବେଦନ କରିଛନ୍ତି। କ୍ରାଇମବ୍ରାଞ୍ଚ ଏସଆଇଟି ଏହି ମାମଲାରେ ତଦନ୍ତ କରୁଥିଲେ ହେଁ ଏଥିରେ ପରୀର ମା’ ଆଦୌ ସନ୍ତୁଷ୍ଟ ନାହାନ୍ତି। ତେଣୁ ମାମଲାର ଉପଯୁକ୍ତ ତଦନ୍ତ ପାଇଁ ସିବିଆଇକୁ ଦାୟିତ୍ଵ ଦେବାକୁ କୋର୍ଟଙ୍କୁ ଜଣାଇଅଛନ୍ତି।

ଅନ୍ୟପକ୍ଷରେ ବୁଧବାର ନୟାଗଡ ଜୁଭେନାଇଲ ଜଷ୍ଟିସ ବୋର୍ଡରେ ଶୁଣାଣି ଚାଲିଥିବା ବେଳେ ଏସଆଇଟି ଆବେଦନ କରିଥିଲା। ହେଲେ ଅଭିଯୁକ୍ତ ରାଜି ହୋଇନଥିବା ସୂଚନା ମିଳିଛି। ଏସଆଇଟିର ଯୁକ୍ତି ଶୁଣିବା ପରେ କୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି। ଯଦି ଅଭିଯୁକ୍ତ ବ୍ରେନ୍ ମ୍ୟାପିଂ ପାଇଁ ଅରାଜି ହୁଏ ତେବେ ଲେୟର ଭଏସ ଆନାଲିସିସ୍ ଟେଷ୍ଟ ପାଇଁ ଏସଆଇଟି ଆବେଦନ କରିବ ବୋଲି ସୂଚନା ମିଳିଛି।

ମତାମତ ଦିଅନ୍ତୁ ।