ପର୍ଣ୍ଣଷ୍ଟାରଙ୍କୁ ଟ୍ରମ୍ପ୍‌ ଦେବେ ୩୩ ଲକ୍ଷ

ନୂଆଦିଲ୍ଲୀ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଜଣେ ପର୍ଣ୍ଣ ଷ୍ଟାର ଷ୍ଟ୍ରୋମି ଡାନିଏଲସଙ୍କୁ ୩୩ ଲକ୍ଷ ଟଙ୍କା ଦେବେ। କାର୍ଲିଫର୍ଣ୍ଣିଆ କୋର୍ଟ ଏହି ଟଙ୍କା ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଷ୍ଟ୍ରୋମିଙ୍କ ଅଭିଯୋଗ ଟ୍ରମ୍ପଙ୍କ ସହିତ ତାଙ୍କର ଆଫେୟାର୍‌ ଥିଲେ ମଧ୍ୟ ସେ ଏହାକୁ ଅସ୍ୱୀକାର କରି ଆସୁଛନ୍ତି।

ରିପୋର୍ଟ ଅନୁଯାୟୀ ୪୧ ବର୍ଷୀୟ ଷ୍ଟ୍ରୋମି ଡାନିଏଲସ୍‌ ଟ୍ରମ୍ପଙ୍କ ନାମରେ ମାମଲା ଦାୟର କରିଥିଲେ। ପରେ ତାଙ୍କ ମାମଲାକୁ ରଦ୍ଦ କରାଯାଇଥିଲା। ଏବେ କୋର୍ଟ କହିଛନ୍ତି ମାମଲା ବାବଦରେ ଷ୍ଟ୍ରୋମି ଯେଉଁ ଟଙ୍କା ଖର୍ଚ୍ଚ କରିଛନ୍ତି ତାହା ଟ୍ରମ୍ପଙ୍କୁ ଦେବାକୁ ପଡ଼ିବ। ତେଣୁ ଏ ବାବଦରେ ୩୩ ଲକ୍ଷ ଟଙ୍କା ଦେବା ପାଇଁ କୋର୍ଟ ଟ୍ରମ୍ପଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଷ୍ଟ୍ରୋମିଙ୍କର ଓକିଲ ଏହି ବିଷୟରେ ସୂଚନା ଦେଇଥିବା ବେଳେ ଷ୍ଟ୍ରୋମି ଡାନିଏଲସ୍‌ ସୋଶାଲ ମିଡିଆରେ ଶେଆର୍‌ କରି ‘ପୁଣି ଏକ ବିଜୟ’ ବୋଲି ଲେଖିଛନ୍ତି।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମଙ୍କ ସହିତ ଷ୍ଟ୍ରୋମି ଡାନିଏଲସ୍‌ଙ୍କର ଆଫେୟାର୍‌ ଥିବା ଚର୍ଚ୍ଚା ହେବା ପରେ ଷ୍ଟ୍ରୋମି ଏକ ପୁସ୍ତକ ଲେଖିଥିଲେ। ଏହି ପୁସ୍ତକଟି ସେହି ସମୟରେ ଚର୍ଚ୍ଚାରେ ରହିଥିଲା। ହେଲେ ଷ୍ଟ୍ରୋମିଙ୍କ ସହିତ ସମ୍ପର୍କକୁ ନେଇ ଟ୍ରମ୍ପ ଅସ୍ୱୀକାର କରିଥିଲେ। ତେବେ ଷ୍ଟ୍ରୋମିଙ୍କର କହିଛନ୍ତି ୨୦୦୬ରେ ଟ୍ରମ୍ପଙ୍କ ସହିତ ଆଫେୟାର୍‌କୁ ନେଇ ଚର୍ଚ୍ଚା ହେବା ପରେ ତାଙ୍କୁ ଚୁପ ରହିବା ପାଇଁ ଟ୍ରମ୍ପ ଓ ତାଙ୍କ ଓକିଲ ୯୭ ଲକ୍ଷ ଟଙ୍କା ଦେଇଥିଲେ।

ମତାମତ ଦିଅନ୍ତୁ ।