ପାର୍ଟି, ପ୍ରାର୍ଥୀ ଓ ସଂସ୍ଥା ପାଇଁ ବିଜ୍ଞାପନ ଛାପିବା ମନା

ଭୁବନନଶ୍ଵର : ଭାରତର ନିର୍ବାଚନ ଆୟାଗ ସମ୍ବିଧାନର ଧାରା ୩୨୪ ଅନୁଯାୟୀ ନିର୍ବାଚନ ସମୟରେ କୌଣସି ରାଜନୈତିକ ଦଳ, ପ୍ରାର୍ଥୀ କିମ୍ବା ସଂସ୍ଥା ଦ୍ଵାରା ଭୋଟ ଗ୍ରହଣ ଦିନ ଓ ଭୋଟ ଗ୍ରହଣ ପୂର୍ବଦିନ ଅର୍ଥାତ ନଭେମ୍ବର ୨ ଓ ୩ ତାରିଖରେ ଛାପା ଗଣମାଧ୍ୟମରେ ବିଜ୍ଞାପନ ଛାପିବା ଉପରେ ରୋକ ଲଗାଇଛନ୍ତି। ଯେ ପର୍ଯ୍ୟନ୍ତ ବିଜ୍ଞାପନର ବିଷୟ ବସ୍ତୁ ରାଜ୍ୟ କିମ୍ବା ଜିଲ୍ଲା ସ୍ତରରେ ଖୋଲାଯାଇଥିବା ଏମସିଏମସି କମିଟି ଦ୍ଵାରା ଅନୁମୋଦନ ଲାଭ କରିନାହିଁ ସେ ପର୍ଯ୍ୟନ୍ତ ରାଜନୈତିକ ଦଳ ଗୁଡିକ ବିଜ୍ଞାପନ ଗୁଡିକ ଛାପା ଗଣମାଧ୍ୟମରେ ପ୍ରକାଶିତ ହୋଇପାରିବ ନାହିଁ। ନିର୍ବାଚନ ଆୟୋଗ ଏକ ନିର୍ଦ୍ଦେଶନାମାରେ ଏହା ସ୍ପଷ୍ଟ କରିଛନ୍ତି।

ମତାମତ ଦିଅନ୍ତୁ ।