ପାର୍ଟିରେ ଡ୍ରଗ୍ସ ଅଫର କରାଯାଏ, ମନା କଲେ କାମ ମିଳେନି: ଅକ୍ଷରା

ମୁମ୍ବାଇ : ବଲିଉଡ ସହିତ ଦ୍ରଗ୍ସ ଲିଙ୍କ। ନାର୍କୋଟିକ୍ସ କନଟ୍ରୋଲ ବ୍ୟୁରୋ ଏହାର ତଦନ୍ତ କରୁଛି। ସାମ୍ନାକୁ ଆସୁଛି ଜଣକ ପରେ ଜଣଙ୍କ ନାଁ ଏହି ତାଲିକାରେ ଯୋଡି ହେଉଛି। ଖୋଲିଛି ଗୁମର। ଏହିଭଳି ସମୟରେ ବଲିଉଡରେ ନିଜର ପରିଚୟ ସୃଷ୍ଟି କରିବାକୁ ସଂଘର୍ଷ କରୁଥିବା ଭୋଜପୁରୀ ଫିଲ୍ମ ଅଭିନେତ୍ରୀ ଅକ୍ଷରା ସିଂ ଏକ ଟିଭିକୁ ସାକ୍ଷାତକାର ଦେଇ ଇଣ୍ଡଷ୍ଟ୍ରୀ ସମ୍ପର୍କରେ ଅନେକ କଥା କହିଛନ୍ତି।

ଅକ୍ଷରା କହିଛନ୍ତି ଇଣ୍ଡଷ୍ଟ୍ରୀରେ ଡ୍ରଗ୍ସ ନେଲେ ହାଇପ୍ରୋଫାଇଲ ସୋସାଇଟିର ବୋଲି ଗଣାଯାଏ। ସାରା ଦେଶରେ ଏହା ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। କିନ୍ତୁ ମୁମ୍ବାଇରେ ସବୁଠାରୁ ଅଧିକ। କେବଳ ସେତିକି ନୁହେଁ ଆମ ଇଣ୍ଡଷ୍ଟ୍ରୀରେ ଗ୍ରୁପିଜିମ୍ ଖୁବ୍ ଅଧିକ। ସବୁ ବଡ ଲୋକ ଅଛନ୍ତି। ସେମାନେ ଏକ ଗ୍ରୁପ୍ ତିଆରି ପାର୍ଟି କରିବା ସହିତ ଡ୍ରଗ୍ସ ନେଇଥାନ୍ତି। ତାଙ୍କ ବିରୋଧରେ କେହି ସ୍ଵରଉତ୍ତୋଳନ କଲେ ଚପାଇ ଦିଆଯାଇଥାଏ। ଇଣ୍ଡଷ୍ଟ୍ରୀରୁ ବୟକଟ୍ କରାଯାଏ। ଆପଣମାନେ ଏବେ ଦେଖନ୍ତୁ କିଭଳି ସେଲିବ୍ରିଟିମାନେ ପରସ୍ପରକୁ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି।

ସଂସଦରେ ଜୟା ବଚ୍ଚନଙ୍କ ‘ଥାଳି’ ମନ୍ତବ୍ୟକୁ ଅକ୍ଷରା ସମାଲୋଚନା କରିଛନ୍ତି। ସେ କହିଛନ୍ତି ‘ଥାଳିରେ କଣା କରିବା…’ କଥା କହିବା ଅପେକ୍ଷା ଜୟା ଜୀଙ୍କୁ ଯୁବପୀଢିଙ୍କ ଭିତରେ କାୟା ବିସ୍ତାର କରିଥିବା ଡ୍ରଗ୍ସର ଅଭ୍ୟାସକୁ ଦୂର କରିବାରେ ସହାୟତା କରିବା ଦରକାର। ଯାହାଫଳରେ ଏହାକୁ ଖୁବ୍ ଶୀଘ୍ର ଦୂର କରିହେବ। ସେ ଭଲ ଭାବରେ ଜାଣନ୍ତୁ କିମ୍ବା ନଜାଣନ୍ତୁ ବଲିଉଡର ଏହି ଡ୍ରଗ୍ସ କନେକ୍ସନ ସମ୍ପର୍କରେ ଏବେ ତାଙ୍କୁ ପଚାରିବା ଦରକାର। ସବୁ ବଡ ନାଁ ସାମନାକୁ ଆସିବା ପରେ କ’ଣ କହିବେ ?

ଅକ୍ଷରା କହିଛନ୍ତି ଟିଭି ଇଣ୍ଡଷ୍ଟ୍ରୀରେ ଏହା ବହୁତ ଓପନ। ବଲିଉଡରେ ହାଉସ ପାର୍ଟି ହୋଇଥାଏ କିନ୍ତୁ ଟିଭି ଇଣ୍ଡଷ୍ଟ୍ରୀ ସେଟରେ ଅନେକ ଲୋକଙ୍କୁ ଡ୍ରଗ୍ସ ନେଉଥିବାର ମୁଁ ଦେଖିଛି। କିଛି ପ୍ୟାକେଟରେ ଆସୁଥିବା ଜିନିଷ ସେମାନେ ବ୍ୟବହାର କରୁଥିଲେ। କିନ୍ତୁ ମୁଁ କେବେ ଏହା ଉପରେ ଧ୍ୟାନ ଦେଇନଥିଲି। ଏଥିରେ ସାମିଲ ନହେଲେ କାମରେ ପ୍ରଭାବ ପଡିଥାଏ। ଅଫର ମିଳିବା ବନ୍ଦ ହୋଇଯାଏ। ମୋତେ ଅନେକ କାମ ମିଳୁନି। କିନ୍ତୁ ମୁଁ ଏଭଳି ଖରାପ କାମରେ ପଶିବାକୁ ଚାହେଁନି। ପରିଶ୍ରମ ଓ ସଂଘର୍ଷ କରି କାମ କରିବାକୁ ଚାହେଁ ବୋଲି ଅକ୍ଷରା କହିଛନ୍ତି।

ମତାମତ ଦିଅନ୍ତୁ ।