ପଶ୍ଚିମ ଓଡିଶା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ପ୍ୟାକେଜ୍

ଭୁବନେଶ୍ୱର : ରାଜ୍ୟରେ ଅନେକ ଅଞ୍ଚଳରେ କରୋନା ପ୍ରକୋପ ଜାରି ରହିଛି। ବଢୁଛି ମୃତ୍ୟୁ ସଂଖ୍ୟା। ଏହାର ମୁକାବିଲା ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପଶ୍ଚିମ ଓଡିଶାରେ କୋଭିଡ ପରିଚାଳନା ପାଇଁ ଆଉ ୨୫ କୋଟି ଟଙ୍କାର ସହାୟତା ଘୋଷଣା କରିଛନ୍ତି।

ଏହି ଅର୍ଥରେ ପଶ୍ଚିମ ଓଡିଶାର ୧୧ଟି ଜିଲ୍ଲାରେ କୋଭିଡ ପରିଚାଳନା ପାଇଁ ବ୍ୟୟ ହେବ। ଜିଲ୍ଲାଗୁଡିକ ମଧ୍ୟରେ ସମ୍ବଲପୁର, କଳାହାଣ୍ଡି, ବଲାଙ୍ଗୀର, ବରଗଡ, ନୂଆପଡା, ଝାରସୁଗୁଡା, ଅନୁଗୁଳ, ବୌଦ୍ଧ, ଦେବଗଡ, ସୁବର୍ଣ୍ଣପୁର ଓ ସୁନ୍ଦରଗଡ ରହିଛି।

Leave a Reply

Your email address will not be published. Required fields are marked *

Back to top button