ପଶ୍ଚିମବଙ୍ଗ ପାଇଁ ବିଜେପି ଜାରିକଲା ସଂକଳ୍ପପତ୍ର

କୋଲକାତା : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଆଜି ଗୃହମନ୍ତ୍ରୀ ଅମିତ ଶାହ ସଂକଳ୍ପ ପତ୍ର ଜାରି କରିଛନ୍ତି। ସେ କହିଛନ୍ତି ବିଜେପିର ସଂକଳ୍ପ ପତ୍ରର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସୋନାର ବଙ୍ଗଳା। ପୂର୍ବରୁ ଆଧ୍ୟାତ୍ମିକ, ବିଜ୍ଞାନ, ରାଜନୀତି, ସାମାଜିକ ସଂସ୍କାର, ଶିକ୍ଷା କିମ୍ବା କଳା ଆଦି କ୍ଷେତ୍ରରେ ପଶ୍ଚିମବଙ୍ଗ ଭାରତରେ ପ୍ରତିନିଧିତ୍ୱ କରିଥିଲା। ହେଲେ ଦୀର୍ଘ ବର୍ଷ ଧରି ବାମଦଳ ଓ ମମତା ସରକାରରେ ରହିବା ପରେ ରାଜ୍ୟରେ ବିକାଶ ପଛେଇ ଯାଇଛି।

ରବିନାର ଜାରି ହୋଇଥିବା ସଂକଳ୍ପ ପତ୍ରରେ ସମସ୍ତ ବର୍ଗଙ୍କୁ ବିଜେପି ଗୁରୁତ୍ୱ ଦେଇଛି। ମହିଳା, କୃଷକ, ଶିଶୁ, ସ୍ୱାସ୍ଥ୍ୟ, ଷ୍ଟାର୍ଟଅପ୍, ରାସ୍ତା, ମତ୍ସ୍ୟଜୀବୀ, ରୋଜଗାର, ଶିକ୍ଷା, କ୍ରୀଡା ଉପରେ ବିଜେପି ସ୍ୱତନ୍ତ୍ର ପ୍ରତିଶ୍ରୁତି ଦେଇଛି। ପଶ୍ଚିମବଙ୍ଗର କୃଷକମାନଙ୍କୁ କିସାନ ସାମାନ ନିଧି ଯୋଜନାରେ ଯେଉଁ ବକେୟା ପରିମାଣ ପାଇନାହାନ୍ତି ତାହା ସରକାରକୁ ଆସିଲେ ମିଳିବ ବୋଲି ବିଜେପି ପ୍ରତିଶ୍ରୁତି ଦେଇଛି। ଏହାଦ୍ୱାରା ରାଜ୍ୟର ୭୫ ଲକ୍ଷ କୃଷକଙ୍କୁ ତିନି ବର୍ଷ ଧରି ମମତା ସରକାର ଯେଉଁ ୧୮,୦୦୦ ଟଙ୍କା ପାଇ ନାହାନ୍ତି ତାହା ମିଳିବ। ଏହି ଟଙ୍କା ସିଧାସଳଖ ବ୍ୟାଙ୍କ ଆକାଉଣ୍ଟକୁ ଯିବ ବୋଲି ଉଲ୍ଲେଖ ରହିଛି।

ଶ୍ରୀ ଶାହ କହିଛନ୍ତି ଆମେ ନିଷ୍ପତ୍ତି ନେଇଛୁ ବଙ୍ଗଳାର ପ୍ରତ୍ୟେକ ଗରିବ ଲୋକ ଆୟୁଷ୍ମାନ ଭାରତ ଯୋଜନାର ଲାଭ ପାଇବେ। କ୍ଷମତାକୁ ଆସିଲେ ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ପ୍ରଥମ କ୍ୟାବିନେଟରେ କାର୍ଯ୍ୟକାରୀ ହେବ। ଶରଣାର୍ଥୀ ଯୋଜନା ଅଧୀନରେ ପ୍ରତ୍ୟେକ ଶରଣାର୍ଥୀ ପରିବାରକୁ ଏଥିପାଇଁ ପାଞ୍ଚ ବର୍ଷ ପାଇଁ ଡିବିଟି ଜରିଆରେ ୧୦,୦୦୦ ଟଙ୍କା ପ୍ରଦାନ କରାଯିବ। ପିଜି ଯାଏ ମାଗଣାରେ ଝିଅ ପାଠ ପଢିବେ। ପବ୍ଲିକ ଟ୍ରାନ୍ସପୋର୍ଟରେ ମହିଳାଙ୍କୁ ମାଗଣାରେ ଯାତ୍ରା ସୁବିଧା ରହିବ। ଓବିସି ଶ୍ରେଣୀରେ ଅନେକ ହିନ୍ଦୁ ସମୁଦାୟର ଲୋକ ଆସିବେ। ରାଜ୍ୟ ସରକାରଙ୍କ କର୍ମଚାରୀ ସପ୍ତମ ବେତନ ଆୟୋଗରେ ଦରମା ପାଇବେ। ରାଜ୍ୟରୁ ଦୁର୍ନୀତି ହଟାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଫିସ ଅଧୀନରେ ଏକ ଦୁର୍ନୀତି ନିବାରଣ ହେଲ୍ପ ଡେସ୍କ ଆରମ୍ଭ ହେବ। ଏହି ଡେସ୍କକୁ ସମସ୍ତ ନାଗରିକ ଫୋନ୍ କରି ଦୁର୍ନୀତି ବାବଦରେ ଅଭିଯୋଗ କରିପାରିବେ। ଉତ୍ତର ବଙ୍ଗଳା, ଜଙ୍ଗଲମହଲ ଓ ସୁନ୍ଦରବନରେ ତିନୋଟି ଏମ୍ସ ପ୍ରତିଷ୍ଠା ହେବ।

Leave a Reply

Your email address will not be published. Required fields are marked *

Back to top button