ପଶ୍ଚିମବଙ୍ଗ ବସ୍ ଓଡିଶାରେ ଅଟକ

କେନ୍ଦୁଝର : ୪୯ ନମ୍ବର ଜାତୀୟ ରାଜପଥ ତୁରୁମୁଙ୍ଗା ନିକଟରୁ ପଶ୍ଚିମବଙ୍ଗର ଏକ ଯାତ୍ରୀବାହୀ ବସକୁ ପରିବହନ ବିଭାଗ ଅଟକ ରଖିଛି। ବସର ପରମିଟ ନାହିଁ। ସେଥିପାଇଁ ଗାଡିର ଡ୍ରାଇଭର ଓ ହେଲପରକୁ ତୁରୁମୁଙ୍ଗା ଥାନାରେ ଅଟକ ରଖାଯାଇଛି।

ଖବର ଅନୁଯାୟୀ ଯାତ୍ରୀବାହୀ ବସଟି ପଶ୍ଚିମବଙ୍ଗ ନିର୍ବାଚନ ପାଇଁ ସମ୍ବଲପୁରରୁ ଲୋକଙ୍କୁ ଆଣିବାକୁ ଯାଉଥିଲା। ଏହି ସମୟରେ ତୁରୁମୁଙ୍ଗାଠାରେ ଅଟକ ରଖାଯାଇଥିବା କେନ୍ଦୁଝର ପରିବନ ବିଭାଗ ପକ୍ଷରୁ ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *

Back to top button