ପଶ୍ଚିମବଙ୍ଗ : ବିଜେପି ପ୍ରାର୍ଥୀ ପାୟେଲ୍‌ ସର୍କାରଙ୍କୁ ଆକ୍ରମଣ

କୋଲ୍‌କାତା : ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲା ଅନ୍ତର୍ଗତ ବେହଲାରେ ନିର୍ବାଚନ ପ୍ରଚାର କରୁଥିବା ବିଜେପି ପ୍ରାର୍ଥୀ ପାୟେଲ୍‌ ସର୍କାରଙ୍କୁ ଆକ୍ରମଣ। ତୃଣମୂଳ କଂଗ୍ରେସର ସମର୍ଥକମାନେ ଏହି ଘଟାଇଥିବା ଅଭିଯୋଗ ହୋଇଛି।

ଖବର ଅନୁଯାୟୀ ଅଭିନେତାରୁ ରାଜନେତା ହୋଇଥିବା ପାୟେଲ୍‌ ସର୍କାର ରବିବାର ନିର୍ବାଚନ ପ୍ରଚାର ଚଳାଇଥିବା ବେଳେ ଠାକୁରପୁକୁରରେ ତାଙ୍କ ଗାଡ଼ି ଉପରେ ଆକ୍ରମଣ ହୋଇଛି। ଏହି ଘଟଣାରେ ଆହତ ହୋଇ ଚିକିତ୍ସିତ ହେଉଥିବା କେତେକ ବିଜେପି ସଦସ୍ୟଙ୍କ ଫଟୋ ଏବେ ଗଣମାଧ୍ୟମରେ ପ୍ରକାଶ ପାଉଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପରସ୍ଥିତି ସୃଷ୍ଟି ହୋଇଛି। କିନ୍ତୁ ବିଜେପି ପକ୍ଷରୁ ଏନେଇ କୌଣସି ଔପଚାରିକ ବିବୃତି ଜାରି କରାଯାଇନାହିଁ।

Leave a Reply

Your email address will not be published. Required fields are marked *

Back to top button