ପଶ୍ଚିମବଙ୍ଗ : ବିଜେପିରେ ମିଶିଲେ ୯ ବିଧାୟକ ଓ ଜଣେ ସାଂସଦ

କୋଲକାତା : ବିଧାନସଭା ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗରେ ସଙ୍ଗଠନକୁ ସୁଦୃଢ କରୁଛି ବିଜେପି। ତ୍ରୁଣମୂଳ କଂଗ୍ରେସରେ ବିବାଦ ସୃଷ୍ଟିକରି ଫାଇଦା ଉଠାଇବାକୁ ଦଳର କେନ୍ଦ୍ରୀୟ ନେତାମାନେ ପ୍ରସ୍ତୁତ କରୁଛନ୍ତି ଯୋଜନା। ଏହି କାରଣ ପାଇଁ ଟିଏମସି ନେତ୍ରୀ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ବିଜେପି ମଧ୍ୟରେ କ୍ଷମତାକୁ ନେଇ ଆରମ୍ଭ ହୋଇଯାଇଛି ପ୍ରତିଯୋଗୀତା। ଏହିଭଳି ସ୍ଥିତିରେ ବିଜେପିର ବରିଷ୍ଠ ନେତା ତଥା ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ପଶ୍ଚିମବଙ୍ଗ ଗସ୍ତ କରିଥିବା ବେଳେ ଆଇ ତାଙ୍କ ଉପସ୍ଥିତିରେ ଜଣେ ସାଂସଦଙ୍କ ସହ ୯ ଜଣ ବିଧାୟକ ବିଜେପିରେ ସାମିଲ ହୋଇଛନ୍ତି। ଏହି ୧୦ ଜଣଙ୍କ ମଧ୍ୟରେ ରହିଛନ୍ତି ୬ ଜଣ ପଶ୍ଚିମବଙ୍ଗର କ୍ଷମତାସୀନ ଟିଏମସିର ସଦସ୍ୟ।

ଟିଏମସି ସାଂସଦ ସୁନୀଲ ମଣ୍ଡଳ, ବିଧାୟକ ଶୁଭେନ୍ଦୁ ଅଧିକାରୀଙ୍କ ସହ ଆଉ ୪ ଜଣ ବିଧାୟକ ଆଜି ପଦ୍ମ ଧରିଛନ୍ତି। ସେହିପରି ସିପିଏମର ତାପସୀ ମଣ୍ଡଳ ବିଜେପିରେ ସାମିଲ ହୋଇଛନ୍ତି। ଅନ୍ୟ ବିଧାୟକମାନେ ହେଲେ ଅଶୋକ ଡିଣ୍ଡା, ସୁଦୀପ ମୁଖାର୍ଜୀ, ସୈକତ ପଞ୍ଜା, ଶିଲଭଦ୍ରା ଦତ୍ତ, ଦୀପାଲି ବିଶ୍ୱାସ, ସୁକ୍ରା ମୁଣ୍ଡା, ଶ୍ୟାମପଦ ମୁଖାର୍ଜୀ, ବିଶ୍ୱଜିତ କୁଣ୍ଡୁ ଓ ବନସାରୀ ମୈତି।

  ୯୦ ଟଙ୍କା ପାଇଁ ହତ୍ୟା : ପର୍ଦ୍ଦାଫାସ କଲା ପୋଲିସ

ଶନିବାରଠାରୁ ଶାହଙ୍କ ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତ ଆରମ୍ଭ ହୋଇଛି। ପ୍ରଥମ ଦିନରେ ମେଦିନାପୁର କଲେଜ ପଡ଼ିଆରେ ଅନିଷ୍ଠିତ ସାଧାରଣ ସଭାରେ ସେ ଉଦବୋଧନ ଦେଇଥିଲେ। ଏହି ସମୟରେ ଟିଏମସି ଓ ଅନ୍ୟାନ୍ୟ ଦଳ ବିଧାୟକ ବିଜେପିରେ ସାମିଲ ହୋଇଛନ୍ତି।

ମତାମତ ଦିଅନ୍ତୁ ।