ପଶ୍ଚିମବଙ୍ଗ ବୋମା ବିସ୍ଫୋରଣରେ ନାବାଳକ ମୃତ

0

କୋଲକାତା : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ପୂର୍ବରୁ ବୋମା ବିସ୍ଫୋରଣ ହୋଇଛି। ଏହି ଘଟଣାରେ ଜଣେ ବାଳକର ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ଆହତ ହୋଇଥିବା ଜଣାପଡିଛି।

ଖବର ଅନୁଯାୟୀ ସୋମବାର ଶେଖ ଅଫରୋଜ ଓ ଶେଖ ଇବ୍ରାହିମ ଦୁଇ ନାବାଳକ ଘର ନିକଟରେ ଖେଳୁଥିଲେ। ସେମାନଙ୍କ ନଜର ଗୋଟିଏ ପ୍ୟାକେଟ୍‌ ଉପରେ ପଡ଼ିବାରୁ ତାହାକୁ ଗୋଇଠା ମାରିବା କ୍ଷଣି ବିସ୍ଫୋରଣ ହୋଇଥିଲା। ଶବ୍ଦ ଶୁଣି ଲୋକମାନେ ଘଟଣା ସ୍ଥଳରେ ପହଞ୍ଚି ଅଫରୋଜ ଓ ଇବ୍ରାହିମଙ୍କୁ ହସ୍ପିଟାଲ ନେଇଥିଲେ। କିନ୍ତୁ ଡାକ୍ତରମାନେ ଅଫରୋଜଙ୍କୁ ମୃତ ଘୋଷଣା କରିଥିଲେ। ଇବ୍ରାହିମ ଏବେ ଜୀବନ ସହ ସଂଗ୍ରାମ କରୁଛନ୍ତି। ବିସ୍ଫୋରଣ ପରେ ବୋମା ନିଷ୍କ୍ରିୟ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଛି। ପ୍ୟାକେଟରେ ଥିବା ହାତ ତିଆରି ବୋମା ବିସ୍ଫୋରଣ ହୋଇଥିବା ସେମାନେ କହିଛନ୍ତି।

ଅନ୍ୟପକ୍ଷରେ ବୋମା ବିସ୍ଫୋରଣ ଘଟଣାକୁ ଗୁରୁତ୍ୱର ସହ ନେଇଛନ୍ତି ନିର୍ବାଚନ କମିଶନ। ବର୍ଦ୍ଧମାନ ଜିଲ୍ଲା ପ୍ରଶାସନ ଓ ମୁଖ୍ୟ ଶାସନ ସଚିବଙ୍କୁ ୨୪ ଘଣ୍ଟା ମଧ୍ୟରେ ବିସ୍ତୃତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

Leave A Reply

Your email address will not be published.