ପଶ୍ଚିମବଙ୍ଗ : ଦିନମଜୁରିଆଙ୍କ ପତ୍ନୀ ବିଜେପି ପ୍ରାର୍ଥୀ

0

କୋଲକାତା : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ କ୍ଷମତା ପାଇଁ ଶାସକ ତୃଣମୂଳ କଂଗ୍ରେସ ଓ ବିଜେପି ମଧ୍ୟରେ ପ୍ରତିଯୋଗୀଗିତା ଚାଲିଛି। ଜିତିବା ସମ୍ଭାବନା ଥିବା ବ୍ୟକ୍ତିମାନଙ୍କୁ ଉଭୟ ଦଳ ପ୍ରାର୍ଥୀ କରୁଛନ୍ତି। ଏହିଭଳି ସମୟରେ ବାଙ୍କୁରା ଜିଲ୍ଲାର ସାଲତୋରା ବିଧାନସଭା ଆସନରେ ବିଜେପି ଜଣେ ଗରିବ ପ୍ରାର୍ଥୀଙ୍କୁ ଛିଡା କରାଇଛି। ତାଙ୍କ ନାଁ ଚନ୍ଦନା ବାଉରୀ। ସେ ଜଣେ ଦିନମଜୁରିଆଙ୍କ ପତ୍ନୀ ବୋଲି ଜଣାପଡିଛି।

ରିପୋର୍ଟ ଅନୁଯାୟୀ ଚନ୍ଦନାଙ୍କର ବଖରାଏ ରହିଛି ଚାଳ ଘର। ପାଇଖାନା କିମ୍ବା ସପ୍ଲାଇ ପାଣି ନାହିଁ। ପାଖରେ ନଗଦ ଓ ବ୍ୟାଙ୍କ ଜମା ୩୧,୯୮୫ ଟଙ୍କା ରହିଥିବା ସେ ଦର୍ଶାଇଛନ୍ତି। ଆହୁରି ଜଣାପଡିଛି ତାଙ୍କ ସ୍ଵାମୀ ଶ୍ରାବଣ ଜଣେ ରାଜମିସ୍ତ୍ରୀ। ଦିନକୁ ୪୦୦ ଟଙ୍କା ଆୟ କରନ୍ତି। ଘରେ ଟଏଲେଟ୍‌ ନଥିବାରୁ ‌ସେମାନେ ଖୋଲା ଆକାଶ ତଳେ ନିକଟସ୍ଥ ପଡ଼ିଆକୁ ଯାଇ ନିତ୍ୟକର୍ମ କରନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗତବର୍ଷ ତାଙ୍କୁ ୬୦ ହଜାର ଟଙ୍କା ମିଳିଥିଲା। ସେଥିରେ ସେ ପକ୍କା ଘର ତିଆରି କରିଛନ୍ତି।

ଚନ୍ଦନାଙ୍କ ପାଇଁ ପ୍ରଚାର କରୁଥିବା ବିଜେପି ନେତା କହୁଛନ୍ତି ତୃଣମୂଳ ଦୁର୍ନୀତିଗ୍ରସ୍ତ। କିଛି ଉନ୍ନୟନମୂଳକ କାର୍ଯ୍ୟ କରିନାହିଁ। ମୋଦିଙ୍କ କଲ୍ୟାଣକାରୀ ଯୋଜନା ଆସିଥିବା ଟଙ୍କାକୁ ଆତ୍ମସାତ୍‌ କରିଛନ୍ତି। ଟଏଲେଟ୍‌ ଠାରୁ ଘର ସ୍କିମ୍‌ ପର୍ଯ୍ୟନ୍ତ ସବୁଥିରୁ ତୃଣମୂଳ ନେତାଙ୍କୁ କଟ୍‌ମନି ଦେବାକୁ ପଡ଼ିଛି। ଚନ୍ଦନା ମଧ୍ୟ ଘର ଘର ବୁଲି ଲୋକଙ୍କୁ ଏକଥା କହୁଛନ୍ତି।

Leave A Reply

Your email address will not be published.