ପଶ୍ଚିମବଙ୍ଗ : କରୋନାରେ କଂଗ୍ରେସ ବିଧାୟକ ପ୍ରାର୍ଥୀଙ୍କ ଦେହାନ୍ତ

0

କୋଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦର ସମଶେରଗଞ୍ଜ ବିଧାନସଭାର କଂଗ୍ରେସ ବିଧାୟକ ପ୍ରାର୍ଥୀ ରିଜୁଏଲ ହକଙ୍କର ଆଜି କରୋନାରେ ପରଲୋକ ହୋଇଯାଇଛି।

ସୂଚନାଯୋଗ୍ୟ ଜନପ୍ରତିନିଧି ଆଇନ ଅନୁଯାୟୀ ନିର୍ବାଚନ ଲଢ଼ୁଥିବା ପ୍ରାର୍ଥୀଙ୍କର ଭୋଟଦାନ ପୂର୍ବରୁ ମୃତ୍ୟୁ ହେଲେ ରିଟର୍ଣ୍ଣିଂ ଅଫିସର ଏହି ତଥ୍ୟ ଆଧାରରେ ତତ୍କାଳ ଭୋଟଗ୍ରହଣକୁ ସ୍ଥଗିତ ରଖିବାକୁ ଘୋଷଣା କରିବେ। ପରେ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ଜାରି କରିବା ସହିତ ନିର୍ବାଚନ କମିଶନ ଓ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଏ ସମ୍ପର୍କରେ ରିପୋର୍ଟ ଦେବେ।

Leave A Reply

Your email address will not be published.