ପଶ୍ଚିମବଙ୍ଗ ନିର୍ବାଚନ : ୮ମ ପର୍ଯ୍ୟାୟ ଯାଏ ବିଜେପିର ପ୍ରାର୍ଥୀ ଘୋଷଣା

କୋଲକାତା : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ବିଜେପି ଆଜି ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଚତୁର୍ଥ, ପଞ୍ଚମ, ଷଷ୍ଠ, ସପ୍ତମ ଓ ଅଷ୍ଟମ ପର୍ଯ୍ୟାୟ ନିର୍ବାଚନ ପାଇଁ ୧୫୭ଜଣ ପ୍ରାର୍ଥୀଙ୍କ ନାମ ପ୍ରକାଶ ପାଇଛି। ଏହି ତାଲିକାରେ ୧୫୭ଜଣଙ୍କ ମଧ୍ୟରୁ,୯ଜଣ ଚତୁର୍ଥ ପର୍ଯ୍ୟାୟ, ୪୨ଜଣ ପଞ୍ଚମ ପର୍ଯ୍ୟାୟ, ୩୮ଜଣ ଷଷ୍ଠ ପର୍ଯ୍ୟାୟ, ୩୪ ଜଣ ସପ୍ତମ ଓ ଅଷ୍ଟମ ପର୍ଯ୍ୟାୟ ପାଇଁ ରହିଛନ୍ତି।

ହରିଶଚନ୍ଦ୍ରପୁରରୁ ମହମ୍ମଦ ମତିଓର, ସାଗରଦୀଘିରୁ ମାଫୁଜା ଖାତୁନ, ଭଗବାନଗୋଲାରୁ ମେହବୁବ୍ ଆଲମ୍, ରାନିଗରରୁ ମସୁହରା ଖାତୁନ୍, ସୁଜାରପୁରରୁ ଏସ୍.କେ ଜିୟାଉଦ୍ଦିନ ଓ ଡୋମକଲରୁ ରୁବିୟା ଖାତୁନଙ୍କୁ ବିଜେପି ଟିକେଟ୍ ଦେଇଛି। ଏହା ପୂର୍ବରୁ ଦଳ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ୧୧୨ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇଥିଲା। ଯେଉଁଥିରେ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ, ଲକେଟ୍ ଚାଟାର୍ଜୀ ଓ ସପନ ଦାସଗୁପ୍ତାଙ୍କ ଭଳି ହେଭିୱେଟ୍ ନେତାଙ୍କ ନାମ ସାମିଲ ଅଛି। ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ଦଳ ବିଧାନସଭା ନିର୍ବାଚନ ପାଇଁ ୪ ଜଣ ସାଂସଦଙ୍କ ନାମ ଘୋଷଣା କରିଛି।

Leave a Reply

Your email address will not be published. Required fields are marked *

Back to top button