ପଶ୍ଚିମବଙ୍ଗକୁ ବିଜେପି ଶାସିତ ରାଜ୍ୟରୁ ସୁରକ୍ଷାବଳ ନ ଆଣିବାକୁ ଟିଏମସିର ଦାବି

କୋଲକତା : ଆସନ୍ତା ଏପ୍ରିଲ ୧ ତାରିଖରେ ପଶ୍ଚିମବଙ୍ଗ ବିଧାନସଭା ୨ୟ ପର୍ଯ୍ୟାୟ ନିର୍ବାଚନ। ଏହା ପୂର୍ବରୁ ଆଜି ତୃଣମୂଳ କଂଗ୍ରେସର ଏକ ପ୍ରତିନିଧିଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଛି। ଏହି ଅବସରରେ ପ୍ରତିନିଧିଦଳ ଦାବି କରିଛି ବିଜେପି ଶାସିତ ରାଜ୍ୟରୁ ସୁରକ୍ଷାବଳ ପଶ୍ଚିମବଙ୍ଗକୁ ଅଣାନଯାଉ। ବିଶେଷକରି ଉତ୍ତରପ୍ରଦେଶ, ବିହାର ଓ ମଧ୍ୟପ୍ରଦେଶ ଆଦି ରାଜ୍ୟରୁ ସଶସ୍ତ୍ର ପୋଲିସ ନ ଆଣିବାକୁ ଦଳ ଅନୁରୋଧ କରିଥିବା ବେଳେ ଏସବୁ ରାଜ୍ୟରୁ ପୋଲିସ ଆଣିଲେ ନିରପେକ୍ଷ ନିର୍ବାଚନ କରିବା ସମ୍ଭବ ହେବ ନାହିଁ ବୋଲି କହିଛି।
ଟିଏମସି ପ୍ରତିନିଧିଦଳ ଦଳ ଅଭିଯୋଗ କରିଛି ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ବାହାର ରାଜ୍ୟର ଅପରାଧୀମାନଙ୍କୁ ଆଣି ପଶ୍ଚିମବଙ୍ଗର ପୂର୍ବ ମେଦିନିପୁର ଅନ୍ତର୍ଗତ ନନ୍ଦିଗ୍ରାମରେ ରଖିଛନ୍ତି। ସେମାନଙ୍କୁ ତୁରନ୍ତ ଆଗୁଆ ଗିରଫ କରି ହାଜତରେ ରଖାଯାଉ।
ସୂଚନାଯୋଗ୍ୟ ଏହି ପର୍ଯ୍ୟାୟରେ ନନ୍ଦୀଗ୍ରାମ ନିର୍ବାଚନ ମଣ୍ଡଳୀରେ ଭୋଟ ଗ୍ରହଣ ହେବ। ଏଠାରେ ତୃଣମୂଳ କଂଗ୍ରେସ ନେତ୍ରୀ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ବିଜେପିର ଶୁଭେନ୍ଦୁ ଅଧିକାରୀଙ୍କ ମଧ୍ୟରେ ମୁକାବିଲା ହେଉଛି।