ପଶ୍ଚିମବଙ୍ଗରେ ହିଂସା : ଟଙ୍କା ବାଣ୍ଟିବା ଓ ନେତାଙ୍କୁ ଆକ୍ରମଣ ଅଭିଯୋଗ

କୋଲକାତା : ପଶ୍ଚିମବଙ୍ଗ ଓ ଆସାମରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଜାରି ରହିଛି। କିନ୍ତୁ ପଶ୍ଚିମବଙ୍ଗର ଅନେକ ସ୍ଥାନରେ ବୁଥ ରିଗିଂ ଓ ହିଂସାକାଣ୍ଡ ଭଳି ଘଟଣା ଘଟିଛି। ଆଜି ସକାଳୁ ଅନେକ ଆସନରେ ଇଭିଏମରେ ତ୍ରୁଟି ଓ ଗଣ୍ଡଗୋଳ ଘଟିଥିବା ବେଳେ ବିଜେପି ଓ ଟିଏମସି ପରସ୍ପର ଉପରେ ଭୋଟରଙ୍କୁ ଧମକାଇବା ଅଭିଯୋଗ ଆଣିଛନ୍ତି।

ଗୁରୁବାର ପଶ୍ଚିମ ମେଦିନାପୁରରେ ବିଜେପି ନେତା ତନ୍ମୟ ଘୋଷ ଅଭିଯୋଗ କରିଛନ୍ତି ତାଙ୍କ କାର୍ ଉପରେ ଟିଏମସି କର୍ମୀ ଆକ୍ରମଣ କରିଛନ୍ତି। ବିଜେପିର ଜଣେ ମହିଳା ଏଜେଣ୍ଟଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିଲେ ହେଁ ପୋଲିସ ଅଭିଯୋଗ ଶୁଣୁନଥିବା ସେ ଅଭିଯୋଗ କରିଛନ୍ତି।

ସେହିପରି ଡେବରାରେ ବୁଥ ନିକଟରେ ବିଜେପି ଓ ଟିଏମସି କାର୍ଯ୍ୟକର୍ତ୍ତା ମୁହାଁମୁହିଁ ହୋଇଛନ୍ତି। ବିଜେପି ପ୍ରାର୍ଥୀ ଭାରତୀ ଘୋଷ ଏଠାରେ ବୁଥ୍ ଏଜେଣ୍ଟକୁ ଧମକ୍ ଦିଆଯାଉଥିବା ଅଭିଯୋଗ କରିଥିବା ବେଳେ ବିଜେପି ଟଙ୍କା ବାଣ୍ଟୁଥିବା ଟିଏମସି ଅଭିଯୋଗ କରିଛି। ଦକ୍ଷିଣ ୨୪ ପ୍ରଗଣାରେ ଟିଏମସି ଅଭିଯୋଗ କରିଛି ତାଙ୍କ ଲୋକଙ୍କୁ ଭୋଟ୍ ଦେବାକୁ ଦିଆଯାଉ ନାହିଁ। ମେଦିନାପୁରର ଟିଏମସି ପ୍ରାର୍ଥୀ କିଛି ବୁଥ ରିଗିଂ କରାଯାଇଥିବା ଅଭିଯୋଗ କରିଛନ୍ତି।

Leave a Reply

Your email address will not be published. Required fields are marked *

Back to top button