ପଶ୍ଚିମବଙ୍ଗରେ ନିର୍ବାଚନ ପ୍ରଚାର କରିବେନି ମମତା

0

କୋଲକାତା : ଦେଶରେ ବୃଦ୍ଧି ପାଉଥିବା କରୋନା ସଂକ୍ରମଣ ଦୃଷ୍ଟିରୁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୋଲ୍‌କାତାରେ ଆଉ ନିର୍ବାଚନ ପ୍ରଚାର ଅଭିଯାନ ଚଳାଇବେ ନାହିଁ। ରବିବାର ରାତିରେ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ନେତା ଡେରେକ୍‌ ଓ ବ୍ରାଏନ୍‌ ଟୁଇଟ୍‌ କରି ଏହି ସୂଚନା ଦେଇଛନ୍ତି। ପ୍ରଚାରର ଶେଷ ଦିନ ଏପ୍ରିଲ୍‌ ୨୬ ତାରିଖରେ ସେ ଗୋଟିଏ ମାତ୍ର ‘ପ୍ରତୀକାତ୍ମକ’ ସଭା କରିବେ। ଏହାବ୍ୟତୀତ ରାଜ୍ୟର ସମସ୍ତ ଜିଲ୍ଲାରେ ମମତା କରୁଥିବା ନିର୍ବାଚନ ରାଲିଗୁଡ଼ିକ ଏବେ ୩୦ ମିନିଟ୍‌ରୁ ଅଧିକ ହେବନାହିଁ ବୋଲି କୁହାଯାଇଛି।

ସୂଚନାଯୋଗ୍ କୋଭିଡ୍‌-୧୯ ସଂକ୍ରମଣ ବୃଦ୍ଧି ଯୋଗୁଁ ପଶ୍ଚିମବଙ୍ଗରେ ନିର୍ଦ୍ଧାରିତ ସମସ୍ତ ନିର୍ବାଚନୀ ରାଲି ବାତିଲ୍‌ କରାଯାଇଥିବା କଂଗ୍ରେସ ନେତା ରାହୁଲ୍‌ ଗାନ୍ଧୀ ରବିବାର ଦିନ ମଧ୍ୟ କହିଥିଲେ। ସେହିପରି ଲୋକମାନଙ୍କୁ କୋଭିଡ୍‌-୧୯ ସଂକ୍ରମଣରୁ ନିରାପଦ ରଖିବା ପାଇଁ ପଶ୍ଚିମବଙ୍ଗରେ ବାକି ଥିବା ତିନୋଟି ପର୍ଯ୍ୟାୟ ନିର୍ବାଚନକୁ ଥରକରେ ଶେଷ କରିବା ଗୁରୁବାର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିର୍ବାଚନ କମିସନ୍‌କୁ ନିବେଦନ କରିଥିଲେ। କିନ୍ତୁ ଏହି ପ୍ରସ୍ତାବକୁ ବିରୋଧ କରି ବିଜେପି ନିର୍ବାଚନ କମିସନ୍‌କୁ ପତ୍ର ଲେଖିଛି। ସମସ୍ତ ପ୍ରାର୍ଥୀଙ୍କୁ ପ୍ରଚାର ପାଇଁ ସମାନ ସୁଯୋଗ ଦେବା ଲାଗି ମୂଳ ସମୟ-ସୂଚୀ ଅନୁସାରେ ନିର୍ବାଚନ ହେବା ଉଚିତ ବୋଲି ବିଜେପି କହିଛି।

Leave A Reply

Your email address will not be published.