ପଶ୍ଚିମବଙ୍ଗରେ ଟିଏମସି-ବିଜେପି କର୍ମୀ ମୁହାଁମୁହିଁ : ଟେକାପଥର ମାଡ

0

କୋଲ୍‌କାତା : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଆଜି ୫ମ ପର୍ଯ୍ୟାୟ ମତଦାନ ଚାଲିଛି। ୧ କୋଟିରୁ ଅଧିକ ଭୋଟ୍‌ର ୩୪୨ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। କିନ୍ତୁ ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ଜିଲ୍ଲା ଅନ୍ତର୍ଗତ ବିଧାନନଗର ଅଞ୍ଚଳର ଶାନ୍ତିନଗରେ ବିଜେପି ଓ ତୃଣମୂଳ କଂଗ୍ରେସ କର୍ମୀ ମୁହାଁମୁହିଁ ହୋଇଛନ୍ତି। ଉଭୟଙ୍କ ମଧ୍ୟରେ ସଂଘର୍ଷ ଘଟିଥିବା ବେଳେ ଟେକାପଥର ମାଡ ହୋଇଥିବା ସୂଚନା ମିଇଛି।

ଖବର ଅନୁଯାୟୀ ଗୋଟାଏ ମତଦାନ କେନ୍ଦ୍ରର ନିକଟବର୍ତ୍ତୀ ଅଞ୍ଚଳରେ କୌଣସି କଥାକୁ ନେଇ ବିବାଦ ସୃଷ୍ଟି ହେବାରୁ ତୃଣମୂଳ କଂଗ୍ରେସ ଓ ବିଜେପି ସମର୍ଥକମାନେ ପରସ୍ପର ଉପରକୁ ଟେକାପଥର ଫିଙ୍ଗିଥିଲେ। ଏହି ସମୟରେ ବିଧାନନଗରର ବିଜେପି ପ୍ରାର୍ଥୀ ସବ୍ୟସାଚୀ ଦତ୍ତ ସେଠାରେ ଉପସ୍ଥିତ ଥିଲେ। ଗଣମାଧ୍ୟମକୁ ଶ୍ରୀ ଦତ୍ତ କହିଛନ୍ତି ତୃଣମୂଳ କଂଗ୍ରେସର ସମର୍ଥକମାନେ ବୁଥ୍‌ ଅକ୍ତିଆର କରିବାକୁ ଉଦ୍ୟମ କରି ବିଫଳ ହେବାରୁ ଗଣ୍ଡଗୋଳ ଆରମ୍ଭ କରିଥିଲେ। ଏହି ନିର୍ବଚନମଣ୍ଡଳୀରୁ ତୃଣମୂଳ କଂଗ୍ରେସ ପ୍ରାର୍ଥୀ ହୋଇଛନ୍ତି ସୁଜିତ ବୋଷ।

Leave A Reply

Your email address will not be published.