ପାଟକୁରା ଆକ୍ରମଣ : ଆହତ ବ୍ୟକ୍ତିଙ୍କ ଦୋକାନ ଜାଳିଦେଲେ ଦୁର୍ବୃତ୍ତ

କେନ୍ଦ୍ରାପଡ଼ା : ପାଟକୁରା ତେଣ୍ଡାକୁଡ଼ା ସାଇଫନ୍‌ ଛକରେ ଗତ ୩ ତାରିଖ ବିଳମ୍ବିତ ରାତିରେ ୨ଜଣଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିଲା। ସେଠାରେ ଶାନ୍ତି ବଜାୟ ରଖିବା ପାଇଁ ପୋଲିସ ମୁତୟନ ହୋଇଥିଲେ ହେଁ ସୋମବାର ରାତିରେ ଦୁର୍ବୃତ୍ତମାନେ ଆହତ କାହ୍ନୁ ଚରଣ ବେହେରାଙ୍କ କେବିନ ଦୋକାନରେ ନିଆଁ ଲଗାଇ ଜାଳି ଦେଇଛନ୍ତି। ସାମ୍ପ୍ରଦାୟିକ ସଦଭାବନା ନଷ୍ଟ କରିବାକୁ କେହି ଚକ୍ରାନ୍ତ କରୁଥିବା ଆଶଙ୍କା କରାଯାଉଛି। ଗ୍ରାମବାସୀ ରାସ୍ତାରୋକ‌ କରିଥିବାରୁ ଉତ୍ତେଜନା ସୃଷ୍ଟି ହୋଇଛି।

ଖବର ଅନୁଯାୟୀ ପାଟକୁରା ଥାନା ଅନ୍ତର୍ଗତ ତେଣ୍ଡାକୁଡ଼ା ପଞ୍ଚାୟତ ସାଇଫନ୍‌ ଛକରେ ନିର୍ଦ୍ଧିଷ୍ଟ ସମ୍ପ୍ରଦାୟର ଯୁବକ ଅନ୍ୟ ସମ୍ପ୍ରଦାୟର ଦୁଇ ଯୁବକଙ୍କୁ ତିନି ତାରିଖ ରାତିରେ ଆକ୍ରମଣ କରିଥିଲେ। ତିର୍ତ୍ତୋଲ କ୍ରିଷ୍ଣାନନ୍ଦପୁର ଅଞ୍ଚଳର ୨୦ରୁ ଅଧିକ ଯୁବକ ଖଣ୍ତା, ରଡ୍ ଓ ବନ୍ଧୁକ ଧରି ବାଇକରେ ଆସିଥିଲେ। ଅନ୍ୟ ସମ୍ପ୍ରଦାୟର ଦୁଇ ଯୁବକଙ୍କୁ ହାଣି ପକାଇଥିଲେ। ଫଳରେ ବଡ଼ ନୟନପୁର ଗ୍ରାମର ସରୋଜ ବେହେରା ଓ ହଳଧର ବେହେରା ଗୁରୁତର ଆହତ ହେବାରୁ ସେମାନକୁ କଟକ ବଡ଼ ମେଡ଼ିକାଲ ସ୍ଥାନାନ୍ତରିତ କରାଯାଇଥିଲା। ଏବେ ସେମାନେ ଚିକିତ୍ସାଧୀନ ଅଛନ୍ତି।

ମତାମତ ଦିଅନ୍ତୁ ।