ପାଟଣା ପୂର୍ବତନ ଆଇଆଇସିଙ୍କୁ ଦୁଇବର୍ଷ ଥାନା ମନା

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ଥାନା ପୂର୍ବତନ ଆଇଆଇସି ସଂଧ୍ୟାରାଣୀ ଜେନାଙ୍କୁ ଥାନା ପୋଷ୍ଟିଂ ବା ଫିଲ୍ଡ ଡ୍ୟୁଟି କରିବା ବାରଣ କରିଛନ୍ତି ରାଜ୍ୟ ମାନବାଧିକାର କମିଶନ। ଅଙ୍କୁଶ ଲଗାଇଛନ୍ତି। ଥାନାରେ ଯୁବକଙ୍କୁ ଅଟକ ରଖି ମାଡ ମାରିବା ଯୋଗୁ ତାଙ୍କ ଉପରେ ଏହି କଟକଣା ଦୁଇବର୍ଷ ଯାଏଁ ରହିବ। ଏହାଛଡା ଅପରାଧୀଙ୍କୁ ଥାନାରେ କିଭଳି ବ୍ୟବହାର କରାଯିବ ସେନେଇ ସଂଧ୍ୟାରାଣୀଙ୍କୁ ଟ୍ରେନିଂରେ ପଠାଇବାକୁ ନିର୍ଦ୍ଦେଶ ରହିଛି।

ଖବର ଅନୁଯାୟୀ ସାହାରପଡା ବ୍ଲକ ତାଳସରୁଆ ଗ୍ରାମର ରାଜୁ ମହାନ୍ତ ଜମିବାଡ଼ି ବିବାଦକୁ ନେଇ ଥାନାର ଦ୍ଵାରସ୍ଥ ହୋଇଥିଲେ। ତାଙ୍କୁ ନ୍ୟାୟ ଦେବା ପରିବର୍ତ୍ତେ ଆଇଆଇସି ସନ୍ଧ୍ୟାରାଣୀ ଜେନା ନିସ୍ତୁକ ମାଡ଼ ମାରିଥିଲେ। ଏହାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ ତାଙ୍କୁ ପୋଲିସ ମହା ନିର୍ଦ୍ଦେଶକ ନିଲମ୍ବିତ କରିଥିଲେ। ପୂର୍ବରୁ ଓଡିଶା ମାନବାଧିକାର କମିଶନ ପୀଡିତଙ୍କୁ ୧୦ ହଜାର ଟଙ୍କା କ୍ଷତିପୂରଣ ଦେବାକୁ କହିବା ସହିତ ସନ୍ଧ୍ୟାରାଣୀଙ୍କ ଦରମାରୁ କାଟିବାକୁ କୁହାଯାଇଥିଲା।

ମତାମତ ଦିଅନ୍ତୁ ।