ପାଠ୍ୟକ୍ରମରେ କୋଡିଂ ଓ ଡାଟା ସାଇନ୍ସ ସାମିଲ୍

ନୂଆଦିଲ୍ଲୀ : ନୂଆ ଶିକ୍ଷା ନୀତି ଅନୁୟାୟୀ ଏଣିକି ସିବିଏସଇ ସ୍କୁଲରେ କୋଡିଂ ଓ ଡାଟା ସାଇନ୍ସ ପାଠ୍ୟକ୍ରମ ସାମିଲ୍ ହୋଇଛି। ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ୍ ନିଶଙ୍କ।

ଶୁକ୍ରବାର କେନ୍ଦ୍ର ଶିକ୍ଷାମନ୍ତ୍ରୀ କହିଛନ୍ତି ମାଇକ୍ରୋସଫ୍ଟ ସହ ମିଶି ଭାରତ ସରକାର ଏହି କୋଡିଂ ଓ ଡାଟା ସାଇନ୍ସ ପାଠ୍ୟକ୍ରମକୁ ଆଣିଛନ୍ତି। ଏହାଦ୍ୱାରା ଛାତ୍ରଛାତ୍ରୀ ନୂଆ ପାଠ ପଢିବାକୁ ସୁଯୋଗ ପାଇବେ। ଏହାଦ୍ୱାରା ସିବିଏସଇର ଚାହିଦା ବଢ଼ିବ ସହିତ ଦେଶ ଯେଉଁଭଳି ଆଧୁନିକୀକରଣ ହେଉଛି ଏହି ପାଠ୍ୟକ୍ରମ ଛାତ୍ରଛାତ୍ରୀଙ୍କୁ ସହାୟକ ହେବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।

ସିବିଏସଇ କହିଛି ଷ୍ଟାଣ୍ଡାର୍ଡ ୬ ରୁ ୮ ଯାଏ ୧୨ ଘଣ୍ଟିଆ ସ୍କିଲ୍ ମଡ୍ୟୁଲ୍ ଭାବରେ କୋଡିଂ ଅନ୍ତର୍ଭୂକ୍ତ କରାଯିବ। ଏହା ପିଲାମାନଙ୍କ ଯୁକ୍ତିଯୁକ୍ତ ଚିନ୍ତା କରିବାର କ୍ଷମତା ବୃଦ୍ଧି କରିବ। ସେମାନେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବିଷୟରେ ଜାଣିବାକୁ ଅଧିକ ସମର୍ଥ ହେବେ। ସେହିପରି ଡାଟା ସାଇନ୍ସ ବିଷୟ ଷ୍ଟାଣ୍ଡାର୍ଡ ୮ରୁ ୧୨ ଘଣ୍ଟାର ସ୍କିଲ୍ ମଡ୍ୟୁଲ୍ ଭାବରେ ଅନ୍ତର୍ଭୂକ୍ତ ହୋଇଥିବା ବେଳେ ଏହା ଏକାଦଶ ଓ ଦ୍ୱାଦଶ ଶ୍ରେଣୀରେ ଏକ ସ୍କିଲ୍ ପାଠ୍ୟକ୍ରମ ଭାବରେ ଅନ୍ତର୍ଭୂକ୍ତ ହେବ।

Leave a Reply

Your email address will not be published. Required fields are marked *

Back to top button