ପତି-ପତ୍ନୀଙ୍କ ସମ୍ପର୍କ ଭାଙ୍ଗିଯାଏ କାହିଁକି

0

ବୈବାହିକ ଜୀବନକୁ ନେଇ ଆଚାର୍ଯ୍ୟ ଚାଣକ୍ୟ ଅନେକ ଉପଦେଶ ଦେଇଛନ୍ତି। ପତି-ପତ୍ନୀର ସମ୍ପର୍କକୁ ନେଇ ଚାଣକ୍ୟଙ୍କ ନୀତି ଶାସ୍ତ୍ରରେ କୁହାଯାଇଛି ଛୋଟ ଛୋଟ ଭୁଲ୍ ପାଇଁ ସମ୍ପର୍କ ଭାଙ୍ଗି ଯାଇଥାଏ। ତେବେ ସମ୍ପର୍କ ମଜବୁତ ରଖି ବୈବାହିକ ଜୀବନକୁ ସୁଖମୟ କରିବାକୁ ଚାଣକ୍ୟ କ’ଣ କହିଛନ୍ତି ଆସନ୍ତୁ ଜାଣିବା।

୧- ପତ୍ନୀଙ୍କ ଜୀବନରେ ପତିର ହସ୍ତକ୍ଷେପକୁ ଯଦି ପତ୍ନୀ ପସନ୍ଦ କରେନି ତେବେ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥାଏ।

୨- ପତି-ପତ୍ନୀ ଦୁହେଁ ଦୁହିଁଙ୍କୁ କଥା ଲୁଚାଇଲେ ସମ୍ପର୍କ ତିଷ୍ଟି ପାରିବ ନାହିଁ। ଆଉ ଫାଟ ସୃଷ୍ଟି ହେବ।

୩- ପତି-ପତ୍ନୀଙ୍କ ସମ୍ପର୍କ କେବଳ ଭାବନାତ୍ମକ ନୁହେଁ। ଜଣେ ଅନ୍ୟ ଜଣଙ୍କୁ ସମ୍ମାନ ଦେବା ଉଚିତ। ଯଦି କେହି ଅସମ୍ମାନ କରେ ତା’ହେଲେ ସମ୍ପର୍କ ତୁଟିଯିବ।

୪- ସେହିପରି କୁହାଯାଇଛି ପତି-ପତ୍ନୀଙ୍କ ମଧ୍ୟରୁ ଜଣେ ଅନ୍ୟ ଜଣଙ୍କର ଧନ ଉପରେ ଲୋଭ ରଖିବା ଉଚିତ୍ ନୁହେଁ। ଯେଉଁମାନେ ଟଙ୍କାଠାରୁ ଖୁସୀକୁ ଅଧିକ ଗୁରୁତ୍ଵ ଦିଅନ୍ତି ଓ ଦୁହେଁ ଦୁହିଁଙ୍କୁ ସମ୍ମାନ ଦିଅନ୍ତି ତାଙ୍କର ବୈବାହିକ ଜୀବନ ସୁଖମୟ ହୋଇଥାଏ।

Leave A Reply

Your email address will not be published.