ପତ୍ନୀ ହତ୍ୟା ଅଭିଯୋଗରେ ଆଇଆରବି ଯବାନ ଗିରଫ

ଦେବଗଡ଼ : ଦେବଗଡ଼ ଜିଲ୍ଲା କୋରଡ୍ ଗାଁର ଯବାନ ଅଶ୍ୱିନୀ ଭୁକ୍ତାଙ୍କ ପତ୍ନୀ ଜ୍ୟୋତିପ୍ରୀୟାଙ୍କର ୧୧ ତାରିଖରେ ବିଷ ପିଇବା ଯୋଗୁ ମୃତ୍ୟୁ ହୋଇଥିଲା। ଶାଶୁ ଘର ଲୋକେ ଏହି କଥା କହିଥିବା ବେଳେ ଜ୍ୟୋତିଙ୍କ ପରିବାର ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ କରିଥିଲେ। ସେମାନେ ଦର୍ଶାଇଥିଲେ ଜ୍ୟୋତିଙ୍କୁ ଶାଶୁ ଘର ଲୋକେ ବାରମ୍ବାର ନିର୍ଯାତନା ଦେଇଥିଲେ। ତେଣୁ ତାଙ୍କୁ ହତ୍ୟା କରାଯାଇଛି। ଦେବଗଡ଼ ପୋଲିସ୍ ଘଟଣାର ତଦନ୍ତ କରି ସ୍ୱାମୀ ଅଶ୍ୱିନୀଙ୍କୁ ଥାନାରେ ପଚରାଉଚରା କରିବା ପରେ ଗିରଫ କରି କୋର୍ଟଚାଲାଣ କରିଛି।

ମତାମତ ଦିଅନ୍ତୁ ।