ପତ୍ନୀ ସହ ଅନୈତିକ ସମ୍ପର୍କ : ବଡ ଭାଇକୁ ହତ୍ୟା କଲା ଜେଲ ଫେରନ୍ତା

ଚନ୍ଦୌଲି : ଉତ୍ତରପ୍ରଦେଶରେ ଘଟୁଥିବା ଗୋଟିଏ ପରେ ଗୋଟିଏ ଅପରାଧ ଚର୍ଚ୍ଚାରେ ରହିଛି। ଚନ୍ଦୌଲି ଜିଲ୍ଲାର ବାସିଲା ଗାଁରେ ଜଣେ ବ୍ୟକ୍ତିଙ୍କୁ ସାନ ଭାଇ ଗୁଳିକରି ହତ୍ୟା କରିଛି। ପୋଲିସ କହିଛି ଦେଢ଼ଶୁର-ଭାଇବୋହୁ ସମ୍ପର୍କ ଜଣାପଡ଼ିବାରୁ ସାନ ଭାଇ ସାଙ୍ଗମାନଙ୍କ ସହିତ ମିଶି ଏପରି କାଣ୍ଡ କରିଛି।

ଖବର ଅନୁଯାୟୀ ଦୁଇଦିନ ତଳେ ଅଲି ନଗରର କୁରହନା ଗାଁରେ ପୋଲିସ୍ ଏନକାଉଣ୍ଟରରେ ୫୦ ହଜାର ପୁରସ୍କାର ରାଶି ଘୋଷିତ କୁଖ୍ୟାତ ଆଶୁତୋଷ ଯାଦବ ଓରଫ ଚିଟକୁ ଯାଦବକୁ ପୋଲିସ୍ ଗିରଫ କରିଛି। ସେ ହତ୍ୟାକାଣ୍ଡରେ ସାମିଲ ଥିଲା। ସେ ମୃତକର ସାନ ଭାଇ ମୁକେଶ ବିଷୟରେ ପୋଲିସକୁ ସୂଚନା ଦେଇଛି। ଏହା ଜାଣିବା ପରେ ସଦର ପୋଲିସ୍ ମୁଖ୍ୟ ଅଭିଯୁକ୍ତ ମୁକେଶ ଯାଦବକୁ ଗିରଫ କରିଥିବ ବେଳେ ହତ୍ୟାକାଣ୍ଡରେ ବ୍ୟବହାର ହୋଇଥିବା ପିସ୍ତଲ ଓ ୨ଟି ମ୍ୟାଗାଜିନ୍ ଜବତ କରିଥିଲା।

ପଚରାଉଚୁରାରେ ମୁକେଶ ପୋଲିସକୁ କହିଛି ୨୦୧୭ରେ ଏକ ହତ୍ୟା ଅଭିଯୋଗରେ ସେ ଜେଲ୍ ଯାଇଥିଲା। ୨୦୨୦ ଜାନୁୟାରୀରେ ତାକୁ ଜାମିନ ମିଳିଥିଲା। ତାର ଅନୁପସ୍ଥିତିରେ ବଡ ଭାଇ ସହିତ ପତ୍ନୀର ଅନୈତିକ ସମ୍ପର୍କ ସ୍ଥାପିତ ହୋଇଥିଲା। ଘରକୁ ଫେରିବାରୁ ଉଭୟଙ୍କ ସମ୍ପର୍କ ବିଷୟରେ ଜାଣିବା ପରେ ଅପରାଧୀ ଆଶୁତୋଷ ଯାଦବ ଓ ରାମାନନ୍ଦ ସହ ମିଶି ଭାଇକୁ ହତ୍ୟା କରିବାର ଯୋଜନା କରିଥିଲା। ଏଥିପାଇଁ ସେ ଅଗଷ୍ଟ ୨୭ତାରିଖ ରାତିରେ ରାମ ନନ୍ଦନକୁ ଘରକୁ ପଠାଇ ନିଜ ଭାଇ ରାକେଶକୁ ବାଇକରେ ବସିଲାର ସିୱାନକୁ ଡକାଇଥିଲା। ସେଠାରେ ଆଗରୁ ଥିବା ଆଶୁତୋଷ ପିସ୍ତଲ୍ ଦେଇଥିଲା। ସେମାନେ ମଦ ପିଇ ଭାଇର କାନପଟିରେ ଗୁଳି କରି ଦେଇଥିଲେ। ମୃତ୍ୟୁ ପରେ ୩ଜଣ ସେଠାରୁ ଫେରାର ହୋଇଯାଇଥିଲେ।

ମତାମତ ଦିଅନ୍ତୁ ।