ପତ୍ନୀଙ୍କୁ ଛୁରୀ ଭୁଶି ହତ୍ୟା କଲା ସ୍ୱାମୀ

0

ନୂଆଦିଲ୍ଲୀ : ପରକୀୟା ପ୍ରୀତିକୁ ନେଇ ସନ୍ଦେହ। ଜନଗହଳି ବଜାର ଭିତରେ ପତ୍ନୀଙ୍କୁ ମାଡ଼ ମାରିବା ସହ ଛୁରୀ ଭୁଶି ହତ୍ୟା କରିଛି ସ୍ଵାମୀ। ଏହି ଘଟଣା ଆଜି ରାଜଧାନୀ ଦିଲ୍ଲୀରେ ଘଟିଛି।

ଖବର ଅନୁଯାୟୀ ଉତ୍ତର ଦିଲ୍ଲୀ ବୁଦ୍ଧବିହାରର ବଜାରରେ ଶନିବାର ପ୍ରବଳ ଭିଡ଼ଥିଲା। ଏହି ସମୟରେ ତେବେ ହରିଶ ନାମକ ଜଣେ ବ୍ୟକ୍ତି ପତ୍ନୀ ନୀଲୁଙ୍କୁ ପ୍ରଥମେ ମାଡ଼ ମାରିଥିଲେ। ସେ ତଳେ ପଡ଼ିଯିବା ପରେ ଛୁରୀରେ କରିଥିଲେ ଆକ୍ରମଣ। ପ୍ରାୟ ୨୫ ଥର ଛୁରୀ ଭୁଶିବାରୁ ସେହିଠାରେ ନୀଲୁର ମୃତ୍ୟୁ ହୋଇଥିଲା। ଲୋକମାନେ ନୀଲୁଙ୍କୁ ରକ୍ଷା କରିବାକୁ ଚେଷ୍ଟା କରିଥିଲେ ହେଁ ହରିଶର ରୂପ ଓ ଚିତ୍କାର ଶୁଣି କେହି ପାଖକୁ ଯାଇନଥିଲେ। ଏହି ଘଟଣାରେ ପୋଲିସ ହରିଶକୁ ଗିରଫ କରିଛି।

Leave A Reply

Your email address will not be published.