ପତ୍ନୀକୁ ହାତୁଡିରେ ପିଟି ହତ୍ୟା

ଯାଜପୁର : କୋରେଇ ଥାନା ରଣପୁର ଗାଁରେ ପାରିବାରିକ କଳହରୁ ହତ୍ୟାକାଣ୍ଡ ଘଟିଛି। ପତ୍ନୀକୁ ହାତୁଡିରେ ପିଟି ହତ୍ୟା କରିଛି ସ୍ୱାମୀ।

ଖବର ଅନୁଯାୟୀ ଯାଜପୁର ଜିଲ୍ଲା କୋରାଇ ଥାନା ରଣପୁର ଗାଁର ଅରୁଣ ଜେନା ଓ ତାଙ୍କ ପତ୍ନୀ ଦିପ୍ତିମୟୀଙ୍କ ମଧ୍ୟରେ ପାରିବାରିକ କଳହ ଲାଗିରହିଥିଲା। ଏହି ଘଟଣାକୁ ନେଇ ଉତ୍ତ୍ୟକ୍ତ ସ୍ୱାମୀ ପତ୍ନୀକୁ ହାତୁଡିରେ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ମହିଳା ଓ ତାଙ୍କ ସ୍ୱାମୀ ଉଭୟ ସରକାରୀ ସ୍କୁଲର ଶିକ୍ଷକ। ଘଟଣା ସମ୍ପର୍କରେ ସୂଚନା ପାଇ କୋରେଇ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଅଭିଯୁକ୍ତ ସ୍ୱାମୀଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଥିବା ଜଣାପଡିଛି।

ସମ୍ବନ୍ଧିତ ଖବର
between image and heading

Comments are closed.