ପତ୍ନୀକୁ ନୃଶଂସ ହତ୍ୟା : ସ୍ୱାମୀ ଫେରାର

ଖୋର୍ଦ୍ଧା : ବାପ ଘରେ ପତ୍ନୀକୁ ନୃଶଂସ ହତ୍ୟା। ଏପରି ଘଟଣା ଆଜି ଖୋର୍ଦ୍ଧା ମୁକୁନ୍ଦପ୍ରସାଦ ଅଞ୍ଚଳରେ ଘଟିଛି। ଏହି ନାରକୀୟ କାଣ୍ଡ ଘଟାଇଥିବା ସ୍ୱାମୀ ହରେକୃଷ୍ଣ ବେହେରା ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ମୃତ ମହିଳା ଜଣକ ହେଲେ ମୁକୁନ୍ଦପ୍ରସାଦ କଲେଜ ରୋଡ଼ର ସସ୍ମିତା ବେହେରା। ତାଙ୍କ ପରିବାର ଲୋକ ଏନେଇ ଖୋର୍ଦ୍ଧା ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ବେଲେ ହତ୍ୟାକାଣ୍ଡର କାରଣ ଜଣାପଡିନଥିବା କୁହାଯାଉଛି।

ମତାମତ ଦିଅନ୍ତୁ ।