ପତ୍ନୀଙ୍କୁ ଅବିର ନଲଗାଇବାକୁ କରିବାରୁ ସ୍ୱାମୀଙ୍କୁ ହତ୍ୟା

ବାରଣାସୀ : ପତ୍ନୀଙ୍କ ଦେହରେ ଅବିର ଲଗାଇବାକୁ ବାରଣ କରିବାରୁ ଜୀବନ ଗଲା। ସ୍ଵାମୀ ରାଜୁ ରାଜଭରଙ୍କୁ ପିଟିପିଟି ମାରିଦେଲେ। ଏପରି ଏକ ଘଟଣା ବାରଣାସୀର ଚୌବେପୁର ଅଞ୍ଚଳର ବରାଇ ଗାଁରେ ଘଟିଛି।

ଖବର ଅନୁଯାୟୀ ହୋଲିରେ ଅବିର ଲଗାଇବାକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏହି ଘଟଣା ପରେ ଗୋଟିଏ ଗୋଷ୍ଠୀର ୨୦ରୁ ୨୫ ଜଣ ବ୍ୟକ୍ତି ରାଜୁ ରାଜଭରଙ୍କ ପରିବାରକୁ ଗାଳି ଗୁଲଜ କରିଥିଲେ। ଘରେ ଶୋଇଥିବା ରାଜୁଙ୍କୁ ପତ୍ନୀ କହିଥିଲେ ବାହାରେ ଲୋକ ଗାଳି ଦେଉଛନ୍ତି। ଏହା ଶୁଣି ରାଜୁ ସେମାନଙ୍କୁ ପଚାରିବାକୁ ଯିବାରୁ ଗାଳିଦେଉଥିବା ଲୋକମାନେ ଆକ୍ରମଣ କରିଥିଲେ। ସେମାନଙ୍କ ପିଟିବାରୁ ରାଜୁଙ୍କର ମୃତ୍ୟୁ ହୋଇଥିଲା। ଏହି ଆକ୍ରମଣରେ ତାଙ୍କ ପରିବାରର ୪ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କ ଚିକିତ୍ସା ମଣ୍ଡଳି ହସ୍ପିଟାଲରେ ଚାଲିଛି।

ମୃତ ରାଜୁଙ୍କ ପରିବାର ଲୋକେ ବିପକ୍ଷ ଗୋଷ୍ଠୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଏ ସମ୍ପର୍କରେ ସୂଚନା ପାଇଁ ମନ୍ତ୍ରୀ ଅନିଲ ରାଜଭର ଚୌବେପୁର ସହରରେ ପହଞ୍ଚି ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହିତ ହତ୍ୟାକାଣ୍ଡ ଘଟାଇଥିବା ଲୋକଙ୍କ ବିରୋଧରେ ମାମଲା ରୁଜୁ କରି କଠାରୋ କାର୍ଯ୍ୟାନୁଷ୍ଠାନ କରିବା ପାଇଁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button