ପତ୍ନୀର ଗଳା କାଟିଦେଲା ସ୍ଵାମୀ

କୋରାପୁଟ : ନନ୍ଦପୁର ବ୍ଲକ ଖେମୁଣ୍ଡୁ ଗୁଡା ପଞ୍ଚାୟତ ବି. ରୁକବା ଗ୍ରାମରେ ହତ୍ୟାକାଣ୍ଡ। ଘରୋଇ କଳିକୁ ନେଲ ସ୍ଵାମୀ ପତ୍ନୀର ଗଳା କାଟି ଦେଇଥିବା ଜଣାପଡିଛି।

ଖବର ଅନୁଯାୟୀ ରୁକ୍‌ବା ଗାଁ’ରେ ତୁଳସୀ ଖାଲ୍‌ ତାଙ୍କର ୪ପୁଅଙ୍କ ସହିତ ରହୁଥିଲେ। ଦାଦନ ଖଟି ପରିବାର ଚଳାଉଥିଲେ ସ୍ୱାମୀ ମଙ୍ଗଡୁ ଖାଲ୍‌। ଶୁକ୍ରବାର ଗାଁରେ ଚଇତି ପର୍ବ ପାଇଁ ପୂଜାର୍ଚ୍ଚନା ଚାଲିଥିଲା। ଏହି ସମୟରେ କୌଣସି କାରଣକୁ ନେଇ ମଙ୍ଗଡୁ ଓ ତୁଳସୀ ମଧ୍ୟରେ ଝଗଡ଼ା ଲାଗିଥିଲା। ପରେ ତୁଳସୀର ଗଳାକାଟି ମଙ୍ଗଡୁ ହତ୍ୟା କରିଛି ବୋଲି ଗାଁ’ଲୋକ ପୋଲିସକୁ କହିଛନ୍ତି। ହତ୍ୟାକାଣ୍ଡ ଘଟାଇ ସେ ଫେରାର ହେବାକୁ ଉଦ୍ୟମ କରୁଥିବା ବେଳେ ଲୋକେ ତା’କୁ କାବୁକରି ପୋଲିସକୁ ଖବର ଦେଇଥିଲେ।
ପୋଲିସ ମଙ୍ଗଡୁକୁ ନନ୍ଦପୁର ଥାନାରେ ଅଟକ ରଖି ପଚରାଉଚରା ଜାରି ରଖିଛି। ତେବେ କେଉଁ କାରଣରୁ ମଙ୍ଗଡୁ ପତ୍ନୀକୁ ହତ୍ୟା କଲା ତାହା ଜଣାପଡିନାହିଁ।

Leave a Reply

Your email address will not be published. Required fields are marked *

Back to top button