ପଟ୍ଟାମୁଣ୍ଡାଇ ବଜାର ସକାଳ ୬ରୁ ଅପରାହ୍ନ ୨ଟା ଯାଏଁ ଖୋଲିବ

ପଟ୍ଟାମୁଣ୍ଡାଇ : ରାଜ୍ୟରେ କରୋନା ସଂକ୍ରମଣ ବଢିବାରେ ଲାଗିଛି। କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇରେ ବୃଦ୍ଧି ପାଉଛି ଆକ୍ରାନ୍ତଙ୍କ ସଂଖ୍ୟା। ଏହାକୁ ଦୃଷ୍ଟିରେ ରଖି ପଟ୍ଟାମୁଣ୍ଡାଇ ବଜାର ଖୋଲିବା ସମୟ ପରିବର୍ତ୍ତନ କରାଯାଇଛି। ଆଜିଠାରୁ ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବଜାର ଖୋଲା ରହିବ। ବ୍ୟବସାୟୀମାନେ ଏହି ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।