ପଟ୍ଟାମୁଣ୍ଡାଇ : କାର-ବାଇକ ଧକ୍କାରେ ଜଣେ ମୃତ, ୨ ଆହତ

0

ପଟ୍ଟାମୁଣ୍ଡାଇ : କଟକ-ଚାନ୍ଦବାଲି ରାସ୍ତାର ପଟ୍ଟାମୁଣ୍ଡାଇ ୧୪ନଂ କେନାଲ ନିକଟରେ ଏକ କାର ଓ ବାଇକ୍‌ ମଧ୍ୟରେ ଧକ୍କା ହୋଇଛି। ଆଜି ସନ୍ଧ୍ୟାରେ ଘଟିଥିବା ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଆହତ ହୋଇଥିବା ସୂଚନା ମିଳିଛି।

ଖବର ଅନୁଯାୟୀ କଟକରୁ କାରଟି ପଟ୍ଟାମୁଣ୍ଡାଇ ଆସୁଥିଲା। ସେହି ସମୟରେ ଧାମରାରୁ ବୁଲେଟରେ ପାରାଦୀପ ଫେରୁଥିବା ଦେବାଶିଷ ପଟ୍ଟନାୟକ ଭାରସାମ୍ୟ ହରାଇ ଧକ୍କା ଦେବାରୁ କାରଟି କେନାଲ ଭିତରକୁ ଗଡିଯାଇଥିଲା। ଏହି ଦୁର୍ଘଟଣାରେ ବାଇକ ଚାଳକ ଗୁରୁତର ଆହତ ହୋଇଥିବାରୁ ତାଙ୍କୁ ପଟ୍ଟାମୁଣ୍ଡାଇ ଉପଖଣ୍ଡ ସ୍ତରୀୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲେ ହେଁ ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ତାଙ୍କ ନାଁ ବିଭୂତି ଭୂଷଣ ପରିଡା। ଘର କଟରାମଲ ଗାଁରେ। ସେହିପରି କାରରେ ଥିବା ଦୁଇଜଣ ପଟ୍ଟାମୁଣ୍ଡାଇ ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ଘର ରାଜକନିକା ଅଞ୍ଚଳରେ ବୋଲି ଜଣାପଡିଛି। ଖବର ପାଇ ପୋଲିସ ପଟ୍ଟାମୁଣ୍ଡାଇ ଚିକିତ୍ସାଳୟରେ ପହଞ୍ଚି ଘଟଣାର ତଦନ୍ତ କରୁଥିବା ସୂଚନା ମିଳିଛି।

Leave A Reply

Your email address will not be published.