ଅପ୍ରେଲରୁ ବନ୍ଦ ହେବ ଏହି ପେମେଣ୍ଟ ଆପ୍

ନୂଆଦିଲ୍ଲୀ : ଭାରତରେ ପ୍ରତିଦିନ ଡିଜିଟାଲ ସର୍ଭିସ ବୃଦ୍ଧି ପାଇବାରେ ଲାଗିଛି, କିନ୍ତୁ ଗ୍ଲୋବାଲ ଡିଜିଟାଲ ପ୍ଲାଟଫର୍ମ ପେପଲ  (PayPal) ଭାରତରେ ନିଜର ଘରୋଇ ସେବାକୁ ବନ୍ଦ କରିବାକୁ ଯାଉଛି। ୧ ଅପ୍ରେଲରୁ ଏହି ସେବା ବନ୍ଦ ହୋଇଯିବ। PayPal  ସାରା ବିଶ୍ବର ପ୍ରାୟ ୧୯୦ ଟି ଦେଶରେ ନିଜର ସେବା ଦେଇଥାଏ। ଏହି ସବୁ ଦେଶରେ ଆପ୍‌ର ପ୍ରାୟ ୧୦୦ ମିଲିୟନ ଆକାଉଣ୍ଟ ମେମ୍ବର ରହିଛନ୍ତି। PayPal ଭାରତରେ ୨୦୧୭ରେ ନିଜର ବ୍ୟବସାୟ ଆରମ୍ଭ କରିଥିଲା। ଏହା ଜରିଆରେ ୟୁଜର୍ସ ଅନ୍ୟଦେଶରୁ ମଧ୍ୟ ଟଙ୍କା ଟ୍ରାନ୍ସଫର କରିପାରିବେ। ଯଦି ଆପଣ PayPal ବ୍ୟବହାର କରୁଛନ୍ତି ତେବେ ନିଜର ଆକାଉଣ୍ଟ ଡିଆକ୍ଟିଭେଟ୍ କରିପାରିବେ। ଏଥିପାଇଁ PayPal ସାଇଟକୁ ଯାଇ ପ୍ରୋସେସ୍ ଫଲୋ କରି ଆକାଉଣ୍ଟ ଡିଆକ୍ଟିଭେଡ୍ କରିପାରିବେ।

ସାନ ଜୋସ୍, କାର୍ଲିଫର୍ଣ୍ଣିଆର ଏହି କମ୍ପାନୀ ବହୁ ଭାରତୀୟ ଅନଲାଇନ୍ ଆପ୍ ଯେପରିକି ଯାତ୍ରା ଓ ଟିକେଟ୍ ସେବା ‘ମେକ୍ ମାଇ ଟ୍ରିପ୍’, ଅନଲାଇନ୍ ଫିଲ୍ମ ବୁକିଂ ଆପ୍ ‘ବୁକ୍ ମାଇଁ ଶୋ’ ଓ ସ୍ବିଗିରେ ବିଲ୍ ଦେବା ପାଇଁ ବିକଳ୍ପ ଦେଇଥାଏ। ବେଙ୍ଗାଲୁର, ଚେନ୍ନାଇ ଓ ହାଇଦ୍ରାବାଦରେ ଏହାର ତିନୋଟି ସେଣ୍ଟର ରହିଛି, ଯାହାକି ଆମେରିକା ବାହାରେ ସବୁଠାରୁ ବଡ। କମ୍ପାନୀର କହିବା ୧ ଅପ୍ରେଲରୁ ଭାରତ ଭିତରେ ଘରୋଇ ସେବା ବନ୍ଦ କରିଦେବୁ।

Leave a Reply

Your email address will not be published. Required fields are marked *

Back to top button